ରକ୍ତଦାନ କରି ଝିଅର ଜିବନ ବଞ୍ଚାଇଲେ ଓଡିଶା ଡ୍ରାଇଭର ମହାସଙ୍ଘର କର୍ମକର୍ତ୍ତା

25

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନାପାଣି ଗ୍ରାମ ପଞ୍ଚୟତ ରାବଣାଗୁଡା ଗ୍ରାମର ଲକ୍ଷ୍ମଣ ବିଶୋଇଙ୍କ ଝିଅ ଦେହ ଖରପ ହେବାରୁ ଲକ୍ଷ୍ମଣ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ କୁ ନେଇ ଚିକିତ୍ସା କରି ଥିଲେ।ସେହି ଝିଅକୁ ଏ ପଜିଟିଭ ରକ୍ତ ଦରକାର ପଡିବାରୁ ସେ ଚିନ୍ତାରେ ଥିବାବେଳେ ଡାବୁଗାଁ ଓ ପାପଡାହାଣ୍ଡି ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ର କର୍ମକର୍ତ୍ତା ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ରେ ପହଞ୍ଚି ପାପଡାହାଣ୍ଡି ଶାଖା ର କୋଷାଧକ୍ଷ ମୈଦଲପୁର ଗ୍ରାମର ଜୋଗେଶ ନାୟକ ତାଙ୍କ ଦେହରୁ ଦରକାର ପଡୁ ଥିବା ଏ ପଜିଟିଭ ରକ୍ତ ପ୍ରଦାନ କରି ଜୀବନ ବଞ୍ଚାଇ ଥିଲେ।ଉକ୍ତ ରକ୍ତଦାନ ସମୟରେ ଡାବୁଗାଁ ଶାଖା ଓଦିଶା ଡ୍ରାଇଭର ମହାସଙ୍ଘର ସଭାପତି ସନ୍ତୋଶ ଭତ୍ରା,ଉପ ସଭାପତି ଦିଲ୍ଲିପ ନୟକ, ସମ୍ପାଦକ ଅମର ଅଲ୍ଲି ଖାନ୍ ଓ ଉମାକାନ୍ତ ପାତ୍ର,କୋଷାଧକ୍ଷ ବିଶ୍ଵଜିତ୍ ବୈଠାରୁ ପ୍ରମୁଖ ଉପସ୍ତିତ ରହି ପରିବାରକୁ ଶାନ୍ତ୍ଵନା ଓ ଧୈଜ୍ୟ ପ୍ରଦାନ କରି ରକ୍ତ ପ୍ରଦାନ କରି ଝିଅ ର ଜୀବନ ବଞ୍ଚାଇ ରକ୍ତ୍ ଦାନ ମହତ୍ ପୁଣ୍ୟ ଜନ ସମାଜକୁ ଜଣାଇବା ସହ୍ ଜନ ସାଧାରଣରେ ଉଦାହରଣ ହୋଇ ପାରିଛନ୍ତି।ଉକ୍ତ ମହାସଙ୍ଘର ଏପରି କାର୍ଜ୍ୟକୁ ଭୁୟସି ପ୍ରଶଂସାଗାନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More