ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର

22

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ନରସିଂହପୁର ଥାନା ଅଧିନ ପାଇକପଡା ପାଟଣା ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଟଙ୍କା ଓ ଜିନିଷ ଲାଗି ଜଣେ ବୋହୁଙ୍କୁ ଶାଶୁ ଓ ଦିଅର, ନଣନ୍ଦ ମିଶି ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ନିହାରିକା ସେଠି, ବୟସ ୩୨ , ସ୍ୱାମୀ ଅଶୋକ ସେଠି। ସ୍ୱାମୀ ଗୋଟିଏ ଛୋଟ ତେଜରାତି ଦୋକାନ ରେ କାର୍ଯ୍ୟ କରନ୍ତି। ଅଭିଯୁକ୍ତ ଶାଶୁ ଦୁଖୀ ସେଠି ଙ୍କୁ ଗିରଫ କରାଯାଇଥିବା ବେଳେ ଦିଅର ଆଲୋକ ସେଠି, ନଣନ୍ଦ ମମତା ସେଠି ଫେରାର ଅଛନ୍ତି। ନରସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ସେହିଭଳି ଖବର ପାଇ ନିହାରିକା ଙ୍କର ବାପା, ମା’ ଓ ପରିବାର ଲୋକେ ପହଞ୍ଚିଥିଲେ। ଝିଅଙ୍କ ମୃତଦେହ ଦେଖି ଭାବବିହ୍ବଳ ହେବା ସହ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ନିକଟରେ ମା’ ଅଭିଯୋଗ କରିଥିଲେ। ଏହାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଉ ବୋଲି ପୋଲିସ ନିକଟରେ ଏକ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ବଧୁହତ୍ୟା ମାମଲା(ନଂ-୯୮/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ଲାଗି ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ଶାଶୁ ଦୁଃଖୀ ସେଠି ଗିରଫ କରିଛି। ନରସିଂହପୁର ଥାନା ଅଧିକାରୀ ଅଭୟ ବେହେରା, ଏସ ଆଇ ନୀଳ ମାଧବ ପଣ୍ଡା, ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିପରି କେଉଁ ଅବସ୍ଥାରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ। ଏଥିସହ ଦିଅର ଓ ନଣନ୍ଦ ଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ପ୍ରକାଶଯୋଗ୍ୟ, ଅଶୋକ ସେଠି ନିହାରିକା ସେଠି ଙ୍କୁ ଗତ ୮ ବର୍ଷ ତଳେ ବିବାହ କରିଥିଲେ। ବିବାହକୁ ୮ ବର୍ଷ ବିତିଥିଲେ ସୁଦ୍ଧା ଯୌତୁକ ନିର୍ଯ୍ୟାତନା ଲାଗିରହିଥିଲା। ଏପରିକି ବିବାହ ପରଠାରୁ ଯୌତୁକରେ ଅଧିକ ଟଙ୍କା ଆଣିବାକୁ ଶାଶୁ ଓ ନଣନ୍ଦ ବହୁବାର ଚାପ ପକାଉଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More