ଯୌତୁକ ଜୁଇରେ ଜଳିଗଲେ ସୁପ୍ରିୟା, ମୋ ଝିଅକୁ ଯୌତୁକ ପାଇଁଁ ଶାଶୁଘର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଲେ ଝିଅର ବାପା

10

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଜନମ ଜନମ ପାଇଁ ସ୍ବାମୀର ହାତ ଧରିଥିଲା ସୁପ୍ରିୟା । ହେଲେ ଆଜି ଯୌତୁକ ପାଇଁ ସେଇ ନବବଧୂର ଜୀବନ ଚାଲି ଯାଇଛି। ସ୍ବାମୀ ସମେତ ଶାଶୁ, ପିଇସିଶାଶୁ ଓ ନଣଦ ପ୍ରମୁଖ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବାର ଅଭିଯୋଗ ହୋଇଛି । ତେବେ ମେଡିକାଲରେ ମୃତା ସୁପ୍ରିୟା ନିକଟରେ ଥିବା ସ୍ବାମୀକୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଉଥିବା ଜଣା ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାହାରପାଳ ଗାଁରେ। ମୃତା ପ୍ରତାପ ପାଢୀଙ୍କ ସ୍ତ୍ରୀ ସୁପ୍ରିଆ ପାଢୀ ବୋଲି ଜଣା ଯାଇଛି। ଚଳିତ ବର୍ଷ ଫେବୃଆରୀ ମାସରେ ତିହିଡି ଥାନାଧିନ ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିଆ ବୈଦିକ ୠତିରେ ପ୍ରତାପ ପାଢୀକୁ ବିବାହ କରିଥିଲା। ମାତ୍ର ବିବାହର କିଛି ମାସପରେ ସ୍ବାମୀ ସମେତ ପରିବାର ଲୋକେ ଅଧିକ ଯୌତୁକ ପାଇ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଆରମ୍ଭ କରି ଦେଇଥିଲେ। ଏପରିକି ସେମାନେ ସୁପ୍ରିୟାର ବ୍ୟବହୃତ ମୋବାଇଲ ମଧ୍ଯ ପିଟି ପିଟି ଭାଙ୍ଗି ଦେଇଛନ୍ତି। ବାପ ଘର ଲୋକଙ୍କ ହସ୍ତକ୍ଷେପରେ ବୁଝାମଣା ହୋଇଥିଲା । ଆଜି ତମ ଝିଅର ଦେହ ଖରାପ ଅଛି କହି ଶାଶୁ ଘରଲୋକେ ଝିଅର ବାପ ଘରକୁ ଖବର ଦେବାରୁ ବାପଘର ଲୋକ ଆସି ଦେଖିଲା ବେଳକୁ ଝିଅ ଆଉ ନାହିଁ । ଶୋଇବା ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଶ୍ବଶୁର ଘରଲୋକଙ୍କ କଥାକୁ ବାପ ଘରଲୋକେ ଅସ୍ଵିକାର କରିବା ସହିତ ମୋ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ଯା କରା ଯାଇଥିବା ଅଭିଯୋଗ ହୋଇଛି। ମୃତାଙ୍କ ବାପା ବୁଦ୍ଧିରାମ ପାଢୀଙ୍କ ଅଭିଯୋଗ ଅନୁଶାରେ ପୋଲିସ ଶବକୁ ଜବତ କରିବା ସହିତ ସ୍ବାମୀକୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More