ଯୋର୍ ଧରିଲା ଭଦ୍ରକ କଚେରୀ ଛକ ଠାରୁ ମା ଭଦ୍ରକାଳୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରସଙ୍ଗ

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ କଚେରୀ ଛକ ଠାରୁ ନଙ୍ଗାମହଲା, ପାଟଣା ସାହି, ସଂଙ୍କରପୁର, ପୁରୁଣା ବଜାର, ବାଙ୍କା ବଜାର ଦେଇ ଯାଇଥିବା ମାଁ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବ ବଜରଦଖଲ ଉଛେଦ କରି ୩୦ ଫୁଟ ଚଉଡା କରିବାକୁ ବହୁ ବର୍ଷ ଧରି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଦାବି କରି ଆସୁଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମୟରେ ଦାବିପତ୍ର ପ୍ରଦାନ କରିବା ପରେ ଏହି ରାସ୍ତା ପାଇଁ ଟେଣ୍ଡର ସରିବା ପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉ ନଥିବାରୁ ଆଜି ଭଦ୍ରକାଳୀ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ତୁରନ୍ତ ରାସ୍ତା ପ୍ରଶସ୍ତିକରଣ କରି ତିଆରି କରିବାକୁ ଦାବି କରିଛନ୍ତି । ଯଦି ଆଗକୁ କାର୍ଯ୍ୟ ନହୁଏ ତେବେ ଆଗକୁ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ସେହିପରି ଭଦ୍ରକ ଟାଉନ କଂଗ୍ରେସ ପକ୍ଷରୁ କଚେରୀ ଛକ ଠାରୁ ଭଦ୍ରକାଳୀ ପର୍ଯ୍ୟନ୍ତ ଦେଇ ଯାଇଥିବା ରାସ୍ତାରେ ଜବରଦଖଲ ଉଚ୍ଛେଦ କରି ୩୦ ଫୁଟ ଚଉଡା କରିବାକୁ ବହୁ ସମୟରେ ଦାବି ଓ ରାସ୍ତାରୋକ କରି ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନଥିବାରୁ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More