ଯୋରାଡବରା ପଞ୍ଚାୟତ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଗୃହ ଉଦଘାଟନ

8

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଗୃହ ଉଦଘାଟନ ଉପଲକ୍ଷେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପ୍ରାଙ୍ଗଣ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା ) ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ,କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂଦେଓ, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତି ପି ଅନ୍ଵେଷା ରେଡ୍ଡୀ,ବି.ସି.ସି.ବି ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା,ଡି.ଆର.ସି.ଏସ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଏ.ଆର.ସି.ଏସ ଶ୍ରୀଯୁକ୍ତ ମଧୁସୂଦନ ମେହେର,କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁଚରିତା ମୁଗ୍ରୀ,ତସିଲଦାର ଶ୍ରୀ ମିଳନ କୁମାର ଝାଙ୍କର,କର୍ଲାମୁଣ୍ଡା (ଖ) ଜୋନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁରେଶ ଚୌଧୁରୀ,ଯୋରାଡବରା ପ୍ରାଥମିକ ସମବାୟ ସମିତି ଲିଃର ସଭାପତି ଶ୍ରୀଯୁକ୍ତ ଦେବରାଜ ରଣା,ସମ୍ପାଦକ ଶ୍ରୀଯୁକ୍ତ ସୁମନ୍ତ ସାହୁ,ମ.ରାମପୁର ଆଇନଜୀବି ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ, ସମାଜ ସେବୀ ଶ୍ରଯୁକ୍ତ ବିଭୁ ପ୍ରସାଦ ସାହୁ ପ୍ରଥମେ ରକ୍ତଦାନ କରି ଯୁବାବର୍ଗ କୁ ଉତ୍ସାହିତ କରିଥିଲେ । ଭବାନୀପାଟଣା ରକ୍ତ ଭଣ୍ଡାର ରୁ ଆସିଥିବା ଏଲ.ଟି ଶ୍ରୀ କୃଷ୍ଣଚନ୍ଦ୍ର ସାହୁ,ଡମ୍ୱରୁଧର ସାହୁ,ସଂଜୀବ ମହାଖୁଡ଼ ଉପସ୍ଥିତରେ ସର୍ବ ମୋଟ 31 ୟୁନିଟ ରକ୍ତ ସଂଗ୍ରହ କରାଯଇଥିବେବେଳେ,ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ବେଛାସେବୀ ଶ୍ରୀ ସନତ କୁମାର ସାହୁ,ସମାଜ ସେବୀ ତ୍ରିଲୋଚନ ସାହୁ,ଭୈରବ ଶଙ୍କର ସାହୁ,ନୀଳକଣ୍ଠେଶ୍ଵର ସାହୁ,ହରପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିବାବେଳେ କୃଷି ସମବାୟ ସମିତି ଲିଃର ସମସ୍ତ କର୍ମକର୍ତ୍ତା ଓ କଳାରୁଦ୍ର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ!

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More