ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଅଣ୍ଟା ଭିଡ଼ିଲା ପ୍ରାଉଟିଷ୍ଟ କ୍ଳବ୍ ଇଣ୍ଡିଆ

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ,ପ୍ରାଉଟିଷ୍ଟ କ୍ଳବ୍ ଇଣ୍ଡିଆର ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା କଣ୍ଟାମାଳ ବ୍ଲକ ପଲସାଗୋରା ଠାରେ ଏକ ଶୋଭାଯାତ୍ରା , ଗଣ ଧାରଣା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ପୁରୁଷ ଓ ମହିଳା ମାନେ ଏକ ଶୋଭାଯାତ୍ରାରେ ଆସି ପଲସାଗୋରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନଙ୍କ ଜରିଆରେ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନେକ ଯୋଗ୍ୟ ହିତାଧୀକାରୀ ଯୋଜନାରୁ ବାଦ ପଡ଼ିଥିବା ବେଳେ ଧନିଷ୍ଠ ବ୍ୟକ୍ତି ମାନେ ଏହାର ଫାଇଦା ଉଠାଉଥିବା ଅଭିଯୋଗ କରିଛନ୍ତି ।ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ଗ୍ରାମ ଓ ୱାର୍ଡ କୁ ଯାଇ ତଥ୍ୟ ସଂଗ୍ରହ କରି ସାମିଲ କରିବାପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More