ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଆଜିର ଦିନରେ ଦିନକୁ ଦିନ ମଣିଷ ନିଜର ମଣିଷପଣିଆ ଭୁଲିଯାଉଛି।ସବୁବେଳେ କେବଳ ଆଉ କେବଳ ନିଜ ସ୍ୱାର୍ଥ ପାଇଁ ହିଁ ଚିନ୍ତିତ ଓ ଚେଷ୍ଟିତ ରହୁଛି । ଅସହାୟ ମଣିଷକୁ ସହୟତାର ହାତ ବଢ଼ାଇବାକୁ ଖୁବ କମ ଲୋକ ଆଗେଇ ଆସିଥାନ୍ତି। ଏହିପରି ବିପରୀତ ପରିସ୍ଥିତି ରେ ମଧ୍ୟ ନିଜର ମାନବିକତା ଦେଖେଇଛନ୍ତି ଜଣେ ଚନ୍ଦାହାଣ୍ଡି ବ୍ଲକର ଯୁବ ସାମ୍ବାଦିକ। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଜଣେ ସାମ୍ବାଦିକ ରସିକ ନାଗ, ଆଜି ଜଣେ ମାନସିକ ବିକଳାଙ୍ଗ ମହିଳାଙ୍କୁ ନିଜ ଘରକୁ ଡାକି ଖାଇବାକୁ ଦେବା ସହ ତାଙ୍କୁ କିଛି ବସ୍ତ୍ର ମଧ୍ୟ ଦାନ କରିଛନ୍ତି।ଯୁବ ସାମ୍ବାଦିକଙ୍କ ଏହିପରି ଏକ ମହାନ କାର୍ଯ୍ୟକୁ ନେଇ ଚନ୍ଦାହାଣ୍ଡି ବ୍ଲକରେ ପ୍ରଶଂସାର ସୁଅ ଛୁଟୁଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।