ଯୁବ ପୋଲିସ ସବ ଇନିସପେକ୍ଟରଙ୍କ ମହାନତା

34

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) :କେନ୍ଦ୍ରାପଡା ଟାଉନ ଥାନାର ଯୁବ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ମହାନତା ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ତାଙ୍କୁ ପ୍ରସଂଶାର ସୁଅ ଛୁଟିଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ହେବାରୁ ଦୁର୍ଘଟଣା ସ୍ଥଳରୁ ଆହତ ୨ଯୁବକଙ୍କୁ ପୋଲିସ ଗାଡିରେ ନେଇ ଡାକ୍ତରଖାନାରେ ପହଁଚାଇଥିଲେ ପୋଲିସ ସବଇନିସପେକ୍ଟର ଶ୍ରୀ ବିଶ୍ୱାଳ । ପୋଲିସ ପ୍ରତି ସାଧାରଣରେ ଥିବା ପୂର୍ବର ମନୋଭାବ ବଦଳାଇବାକୁ ବାଧ୍ୟ କରିଛି ଏଭଳି ଘଟଣା । କଟକ -ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ନିକଟ ପୈାରସଂସ୍ଥା ସ୍ୱାଗତ ତୋରଣ ପାଖରେ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ତିନିମୁହାଣି ପଟରୁ ବାଇକରେ ଯାଉଥିବା ୨ଜଣ ଯୁବକଙ୍କୁ ବାମପଟୁ ଅନ୍ୟ ଏକ ସ୍କୁଟିରେ ଯାଉଥିବା ୨ଜଣ ଯୁବତୀ ଓଭରଟେକ କରିବା ସମୟରେ ଗୋଟିଏ ଗାଇ ରାସ୍ତା ଉପରକୁ ଆସିଯିବାରୁ ଯୁବକଙ୍କ ବାଇକରେ ପିଟି ହୋଇଯାଇଥିଲା ସ୍କୁଟିଟି । ଫଳରେ ବାଇକ ଚାଳକ ଯୁବକ ୨ଜଣ ରାସ୍ତାରେ ଛିଟକି ପଡିଥିବା ବେଳେ ଯୁବତୀ ୨ଜଣ ରାସ୍ତା କଡକୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେବି ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ହୋଇଥିଲା । ଠିକ ସେହି ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟରେ ଡ୍ୟୁଟି କରୁଥିବା ଟାଉନ ଥାନାର ଯୁବ ସବଇନିସପେକ୍ଟର ଶ୍ରୀ ବିଶ୍ୱାଳ ଏସମ୍ପର୍କରେ ଖବର ପାଇ ସେଠାରେ ପହଁଚି ଆହତ ୨ଜଣ ଯୁବକଙ୍କୁ ନିଜ ଗାଡିରେ ନେଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚାଇଥିଲେ । ଡେରି ହୋଇଥିଲେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଥିଲା । ବିଶେଷ କିଛି ହୋଇନଥିବାରୁ ଯୁବତୀ ୨ଜଣ ଡାକ୍ତଖାନା ଯିବାକୁ ମନା କରିଥିଲେ । ଏଭଳି ଘଟଣାକୁ ନେଇ ସାରା ଜିଲ୍ଲାରେ ଯୁବ ପୋଲିସ ସବଇନିସପେକ୍ଟରଙ୍କ ପ୍ରତି ପ୍ରସଂଶାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରାପଡାରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହା ପାତ୍ର ଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More