ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

19

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ) : – ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଞ୍ଚଳର ଜନୈକା ଯୁବତୀ ଗତକାଲି ରାତିରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଯୁବତୀ ଜଣକ ସନ୍ଧ୍ୟା ବେଳେ ମ୍ୟାଗି ଖାଇବା ପାଇଁ କହିଥିଲେ । ତାଙ୍କ ମାଆ ଓ ଭାଇ ମ୍ୟାଗି ଆଣିବା ପାଇଁ ବଜାରକୁ ଯାଇଥିବା ସମୟରେ ଘର ଲୋକେ ଘରେ ପହଞ୍ଚି ଝିଅ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରଥିବା ଘର ଲୋକ ଦେଖିଥିଲେ । ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ଜଣେ ଯୁବକ 8 ଦିନ ପୂର୍ବରୁ ତାଙ୍କ ଝିଅକୁ ଧମକ ଦେବା ସହ ଗାଳି ଗୁଲଜ କରିଥିଲେ । ସେହି ଯୁବକଙ୍କ ପାଇଁ ତାଙ୍କ ଝିଅ ଓଢଣୀ ଲଗେଇ ଫାଶୀ ଦେଇ ଆତ୍ମହତ୍ୟା କରିଛି ବୋଲି ଘର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ସଠିକ ଭାବେ ତଦନ୍ତ କରି ପରିବାରକୁ ନ୍ୟାୟ ଦେବାକୁ ପରିବାର ଲୋକମାନେ ଦାବି କରିଛନ୍ତି । ସେହିପରି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ପୋଲିସ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More