ଗଜପତି 9ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡୀ ପଞ୍ଚାୟତ ର ପୁରୁଣା କେରାଣ୍ଡି ଗ୍ରାମରେ ୱାଡ଼ ସଭ୍ୟ ସରୋଜଙ୍କ ନେତୃତ୍ବରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ବର୍ତ୍ତମାନ 73 ତମ ବନ ମହୋତ୍ସବ ଚାଲୁଥିବା ବେଳେ ଯୁବକ ମାନେ ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା କିଣି ଆଣି ପୁରୁଣା କେରାଣ୍ଡି ଗ୍ରାମ ଶେଷ ଠାରୁ ବି ଏନ ପେଲେସ ପର୍ଯ୍ୟନ୍ତ ବିଭିନ୍ନ କିସମର ଚାରା ଲଗାଯାଇଛି। ଏହି ଭଳି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଯୁବକ ମାନଙ୍କୁ ଉତ୍ସ।ହିତ କରିଛନ୍ତି।ଯୁବକ ମାନେ ଆଗକୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଧାର୍ମିକ, ସାମାଜିକ କାମରେ ସହଯୋଗର ହାତ ବଢ଼ାଇଥାନ୍ତି। ଏହି କାର୍ଯ୍ୟକ୍ରମରେ କିରଣ, ଦିଲ୍ଲୀପ, ସରୋଜ,ସନ୍ତୋଷ ଅର୍ଜୁନ,ପିଣ୍ଟୁ,ଜୟ ଚନ୍ଦ୍ର ଙ୍କ ସମେତ ବହୁ ଯୁବକ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।