ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ପିପଲଗୁଡା ଗ୍ରାମରେ ଯୁବକ ଜଣେ ସୋମବାର ସନ୍ଦେହ ଜନକ ମୃତ ହୋଇଛି | ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ କରି ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି | ମୃତ ଯୁବକ ଜଣକ ଡାବୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ୁମନୀଗୁଡା ଗ୍ରାମର ର ଲଖନ ଯାନୀ (28) ଦୀର୍ଘ 7 ବର୍ଷ ତଳେ ପିପଲଗୁଡା ଗ୍ରାମରର ଇଚ୍ଛାବତୀ ଭତରା ସହ ପ୍ରେମ ବିଵାହ କରିଥିଲେ | ବିଵାହ ଦିନଠୁ ଉଭୟ ପିପଲଗୁଡା ଗ୍ରାମରେ ରହିଆସୁଥିଲେ | ବିଵାହର 7 ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ନଥିଲା, ଦୁହିଁଙ୍କ ମଧ୍ୟରେ ସବୁ ସମୟରେ ଝଗଡା ଲାଗିରହୁଥିଲା | ସୋମବାର ଦିନ ଦ୍ବିପହର 2ଟା ବେଳେ ଲଖନ ଖାଇବାକୁ ମାଗିଥିଲେ, ରୋଷେଇ କିଛି ସମୟ ବିଳମ୍ବ ହେବା ଯୋଗୁଁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ଲଖନ ସ୍ତ୍ରୀ ଇଚ୍ଛାଵତୀକୁ ବାଡ଼ିଆ, ପିଟିବା ଯୋଗୁଁ ସେ ଘର ବାହାରୁ ଲୁଚିବାକୁ ଚାଲି ଯାଇଥିଲେ । କିଛି ସମୟରେ ସେ ଘରକୁ ଫେରିବା ପରେ ଦେଖିଲେ ଯେ ତାଙ୍କ ସ୍ୱାମୀ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି| ଏହା ଦେଖି ଇଚ୍ଛାବତୀ ତୁରନ୍ତ ଲଖନକୁ ଓଲ୍ଲାଇ ଥିଲେ | ପରବର୍ତ୍ତୀ ସମୟରେ ଖୁଦ ପେଜ ପିଇବାକୁ ଦେଇ ନିଆଁ ଶେଖ ଦେଇଥିଲେ | ଏହାର କିଛି ସମୟପରେ ତାଙ୍କର ମୃତ ହୋଇଥିଲା | ଲଖନ ର ପରିବାର ଜାଣିବାପରେ ଲଖନ ର ପିତା ବଡ଼ ଯାନୀ ମଙ୍ଗଳବାର ଦିନ ପାପଡାହାଣ୍ଡି ଥାନା ରେ ହତ୍ୟା ଅଭିଯୋଗ କରିଛନ୍ତି | ଏନେଇ ପାପଡାହାଣ୍ଡି ଥାନା କେଶ ନଂ 10/22 ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଆରମ୍ବ କରିଛି | ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ଶିବଜି ପଣ୍ଡା ସୂଚନା ଦେଇଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।