ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

10

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଥିବା ମିଶନଶକ୍ତି ଗୃହ ପାଚେରିକୁ ଲାଗି ଥିବା ରାସ୍ତା କଡରୁ ରବିବାର ସକାଳ ସମୟରେ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ:- ଶନିବାର ବିଳମ୍ବିତ ରାତ୍ରିରେ ଡାବୁଗାଁ ବ୍ଲକ ଡଙ୍ଗରୀଗୁଡା ପଞ୍ଚାୟତର ଜୟନ୍ତୀନଗର ଗ୍ରାମର କୃଶ ହରିଜନଙ୍କ ପୁଅ ବିଷ୍ଣୁ ହରିଜନ (୨୮) କୌଣସି କାରଣରୁ ଘରୁ ବାହାରି ରାତ୍ରି ରେ ଘରକୁ ଫେରିନଥିଲେ | ଆଜି ସକାଳେ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଥିବା ମିସନଶକ୍ତି ଗୃହ ପାଚେରିକୁ ଲାଗି ଥିବା ରାସ୍ତାରେ ଯାଉଥିବା ଲୋକେ ଦେଖିବା ପରେ ଗ୍ରାମରେ ଚହଳ ପଡିଥିଲା କି କୌଣସି ଯୁବକଙ୍କ ମୃତଦେହ ପଡିଛି | ଖବର ପ୍ରଚାର ପରେ ଗ୍ରାମର ବହୁ ଲୋକେ ସେଠାକୁ ଯାଇ ଯୁବକକୁ ଚିହ୍ନି ତାଙ୍କ ପରିବାର କୁ ଖବର ଦେଇଥିଲେ | ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ମୃତ ଦେହ ଚିହ୍ନଟ କରିଥିଲେ | ପରେ ଏନେଇ ମୃତକର ମା ଯମୁନା ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ସହ ନିରୀକ୍ଷକ ଚନ୍ଦନ ସାହୁ, ସହ ଉପ ନିରୀକ୍ଷକ ଶିଶିରକାନ୍ତ ଘୋଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ | ପରେ ପୋଲିସ ହତ୍ୟାସନ୍ଦେହ କରି ସାଇଣ୍ଟିଫିକ ଦଳ ସହ ସନ୍ଧାନୀ କୁକୁରକୁ ଡକାଇଥିଲେ | ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ତଦନ୍ତ ପରେ ପୋଲିସ ବିଷ୍ଣୁଙ୍କ ମୃତ ଦେହ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୯୪/୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More