ଯୁବକଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

9

Get real time updates directly on you device, subscribe now.

ନବରଙ୍ଗପୁର/ ଡ଼ାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଗରୁଡଗୁଡା ଗ୍ରାମର ବ୍ରଜ ହରିଜନଙ୍କ ପୁଅ ଚିନୁ ହରିଜନ (୧୯) ଶୁକ୍ରବାର ରାତିରେ ମଦ୍ୟପାନ କରି ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲା | ରାତ୍ର ପ୍ରାୟ ୧୦ ଘ. ସମୟରେ ଚିନୁ ଆତ୍ମହତ୍ୟା କରିବି ବୋଲି କହି ନିଜ ଘର ଆଗରେ ଥିବା ଏକ ତେନ୍ତୁଳି ଗଛରେ ଚଢି ଯାଇ ବେକରେ ଗାମୁଛା ବାନ୍ଧି ଏକ ଡାଳରେ ଓହଳି ପଡିଥିଲା | ପରିବାର ଲୋକେ ଡାବୁଗାଁ ଥାନା ପୋଲିସ ଓ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଥାନା ଏଏସଆଇ ଶିଶିରକାନ୍ତ ଘୋଷ ଓ ବିଜୟ କୁମାର ସାହୁ ଓ ଅଗ୍ନିସମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛରୁ ଚିନୁ କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ଯୁବକଙ୍କୁ ମୃତ ଘୋଷଣା କରିଥିଲେ | ଶନିବାର ମୃତକର ବାପା ବ୍ରଜ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More