ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଅଭିଯୁକ୍ତ ଥାନାରେ ଅଟକ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଅଠରନଳାରେ ସୋମବାର ରାତିରେ ଜଣେ ଯୁବକ ଅନ୍ୟ ଜଣକୁ ଖଣ୍ଡାରେ ଆକ୍ରମଣ କରିଛି। ଏଥିରେ ସନ୍ତୋଷ ମହାରଣା ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସନ୍ତୋଷଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ପହଞ୍ଚିଛି । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ପୁଲିସ ଆକ୍ରମଣକାରୀକୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ହେଲା ହାପି ମାର୍ଥା। ସୂଚନା ଅନୁଯାୟୀ, ଅଠରନଳାରୁ ଗଡନ୍ତି ରାସ୍ତାରେ ଦୋକାନ ବସାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ସୋମବାର ରାତି ସାଢ଼େ ୮ଟା ବେଳେ ହାପି ଓ ସନ୍ତୋଷଙ୍କ ମଧ୍ୟରେ ଦୋକାନ କରିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏମିତିକି ଧସ୍ତାଧସ୍ତି ହୋଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ହାପି ଏକ ଖଣ୍ଡାରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲା । ଫଳରେ ସନ୍ତୋଷଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାପରେ ସନ୍ତୋଷଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ନିଆଯାଇଛି । ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ଏସମ୍ପର୍କରେ ଖବରପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା । ପରେ ଅଭିଯୁକ୍ତ ହାପି ମାର୍ଥାକୁ କାବୁ କରି ଥାନାକୁ ନେଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More