ଯୁବକକୁ ମରଣାନ୍ତକ ଆକ୍ରମଣର ମୁଖ୍ୟ ଆସାମୀକୁ ପୋଲିସ ଛାଡିଦେଇଥିବା ଅଭିଯୋଗ ଆଣି ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

12

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅନ୍ତର୍ଗତ ଗେଲଟୁଆ ଜଳଙ୍ଗା ଗ୍ରାମରେ ଗତ ୨୧ ତାରିଖ ରାତ୍ରୀ ସମୟରେ ପ୍ରଶାନ୍ତ ବେହେରା ଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ସଙ୍ଗବୋଧ ହୋଇ ମରଣାତ୍ମକ ଆକ୍ରମଣ କରିଥିଲେ। ପରେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତ ବେହେରା ଙ୍କୁ ଉଦ୍ଧାର କରି ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପ୍ରଶାନ୍ତଙ୍କ ସ୍ତ୍ରୀ ସେହିଦିନ ରାତିରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେ ସଙ୍ଗେ ସେହି ଗ୍ରାମକୁ ଯାଇ ଆକ୍ରମଣ କରିଥିବା ୫ ଜଣ ଓ ମାରଣାସ୍ତ୍ର ଜବତ କରି ଥାନାକୁ ଆଣିଥିଲେ। କିନ୍ତୁ ପୋଲିସ ଧରିଥିବା ୫ ଜଣ ଆସାମୀ ମଧ୍ୟରୁ ମୁଖ୍ୟ ଆସାମୀଙ୍କୁ ପୋଲିସ ୨ ଦିନ ଅଟକ ରଖି ଛାଡି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଙ୍କ ସ୍ତ୍ରୀ ଉର୍ମିଳା । ସେ ଦୁଇଜଣ ଥାନାରୁ ଆସି ପ୍ରଶାନ୍ତଙ୍କ ସ୍ତ୍ରୀ ଉର୍ମିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କହିଛନ୍ତି । ଏହି ଘଟଣାରେ ପୋଲିସ ଅନ୍ୟମାନଙ୍କୁ ଛାଡି ଦେଇଥିବାରୁ ଆଜି ବାଧ୍ୟ ହୋଇ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି ପରିବାର ଲୋକେ । ଏସପିଙ୍କୁ ଦାବି ଜଣାଇବା ପରେ ଏହି ଘଟଣାର ନିରପେକ୍ଷ ତଦନ୍ତ ହେଉଛି ଯଦି ଅନ୍ୟମାନେ ଦୋଷୀ ବୋଲି ଜଣାଯାଏ ତାଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ ସେମାନଙ୍କୁ ପ୍ରତିଶୃତି ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More