ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟର ଭିତିପ୍ରସ୍ତର ସ୍ଥାପନ

101

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ସିନ୍ଧିଗୁଡା ପଞ୍ଚାୟତର ନୂଆଗଡ ମୌଜା ରେ ଜିଲ୍ଲା ଯାଦବ ସମାଜକୁ ସରକାର ଙ୍କ ତରଫରୁ ପ୍ରଦାନ କରାଯାଇଥିବା ୧୫ ସେଣ୍ଟ ଜମିରେ ଯାଦବ ସମାଜର ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ଛାତ୍ରାବାସ ଓ କାର୍ଯ୍ୟାଳୟ ର ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିl।ଏହି ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର, ଜିଲ୍ଲାପରିଷଦ ୧ ସଦସ୍ୟ ଶ୍ରୀ ଦିବ୍ୟଦାନ ସୁନା ଉପସ୍ଥିତ ରହି ଭିତି ପ୍ରସ୍ତର ସ୍ଥାପନ କରିବା ସହ ଭବିଷ୍ୟତରେ ସମାଜର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟରେ ପ୍ରଶାସନ ତଥା ଜନ ପ୍ରତିନିଧିଙ୍କ ସାହାଯ୍ୟ ଓ ସହଯୋଗ ରହିବ ବୋଲି କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେଶ୍ରୀ ଦୈତାରି ମାଝୀ,ପଞ୍ଚୁନାଥ ପାତ୍ର, ସୈନିକ ଗୌଡ,କମଳ ଲୋଚନ ବାଘ,ନବଘନ ଗୌଡ,ସହଦେବ ନିଆଲ,ଲଖିନାଥ ରାଉତ,ଟଙ୍କ ଗୌଡ,ହରି ଗୌଡ, ତ୍ରିନାଥ ଗୌଡ଼,କନେଶ୍ୱର ଗୌଡ, ଦୁର୍ଲଭ ଗୌଡ, ପ୍ରହ୍ଲାଦ ନାୟକ,ବାବୁ ଯାଦବ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଯାଦବ ସମାଜ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ କଂସ ସଭାପତିତ୍ବ କରିଥିବା ବେଳେ କାର୍ଯକାରୀ ସଭାପତି ଶ୍ରୀ ଦେବଦାସ ମହାଙ୍କୁଡ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More