ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ପନ୍ଦର ସହ ରୁ ଦୁଇ ହଜାର ଲୋକରେ ଯାତ୍ରା ପରିବେଷଣ ପାଈଁ ଦାବି ହୋଇଛି।ସରକାର ଫେବ୍ରୁଆରୀ ମାସର ଗାଇଡ଼। ଲାଇନ ଜାରି କରିଛନ୍ତି କି ପାଞ୍ଚ ଶହ ଲୋକରେ ଯାତ୍ରା ପରିବେଷଣ କରିବାକୁ। କିନ୍ତୁ ଏହାକୁ ପୁନର୍ବିଚାର କରାଯାଇ ପନ୍ଦର ଶହରୁ ଦୁଇ ହଜାର ଲୋକ ଅନୁମତି ଦେବା ପାଈଁ ସରକାରଙ୍କ ନିକଟରେ ଦାବିକରିଛନ୍ତି।ଯାତ୍ରାକଳାକାର ଓ କର୍ମଚାରୀ ସଙ୍ଘ ଓଡ଼ିଶାର ସମ୍ପାଦକ କହିଛନ୍ତି କି ଯେଉଁଠି ଚାରି ହଜାର ଲୋକରେ ଯାତ୍ରା ପରିବେଷଣ ହେଉଥିଲା। ପାଞ୍ଚ ଶହ ଲୋକରେ ଯାତ୍ରା ପରିବେଷଣ ହୋଇପାରିବ ନାହିଁ। କାରଣ ମାଲିକ ସମେତ ଯାତ୍ରା କଳାକାର ମାନେ କ୍ଷତି ସହିବେ। ତେଣୁ ଏହାକୁ ପୁନର୍ବିଚାର କରିବାକୁ ଦାବୀ କରିଛନ୍ତି।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।