ଯାଜପୁର ଜିଲ୍ଲାରେ ସରକାରୀ ଚାକିରୀ ଆଉ ଭଦ୍ରକରେ ଔଷଧ ଦୋକାନ ସଂଘର ସମ୍ପାଦକଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

12

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ0 : ଯାଜପୁରରେ ଜିଲ୍ଲାରେ ସରକାରୀ ଚାକିରି ଆଉ ଅନ୍ୟପଟେ ଭଦ୍ରକ ଜିଲ୍ଲାରେ ଥିବା ବେସରକାରୀ ଔଷଧ ଦୋକାନୀ ସଂଘର ସମ୍ପାଦକ। ଦିନ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୧୫ ବର୍ଷ ଧରି ଏହି ପଦବୀରେ ରହି କାର୍ଯ୍ୟ କରି ଆସୁଛନ୍ତି ଯାଜପୁର ଜିଲ୍ଲାର ଜଣେ କନିଷ୍ଠ ଯନ୍ତ୍ରୀ ଦୀପକ ଆର୍ଚାଯ୍ୟ । ଯାଜପୁର ଜିଲ୍ଲାରେ ସରକାରୀ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ଭଦ୍ରକ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘରେ ସମ୍ପାଦକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଭଦ୍ରକ ଔଷଧ ବ୍ୟାବସାୟୀ ସଂଘର ପୂର୍ବତନ ସଭାପତି ରଞ୍ଜନ କୁମାର ସ୍ୱାଇଁ। ତେବେ ଘଟଣାରୁ ପ୍ରକାଶ ଯେ ଦୀପକ ଆଚାର୍ଯ୍ୟ ଯାଜପୁର ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ତାଙ୍କ ନାମରେ କୌଣସି ଡ୍ରଗସ ଲାଇସେନ୍ସ ନାହିଁ ଏବଂ ସେ କୌଣସି ଡ୍ରଗସ ବ୍ୟବସାୟରେ ପାଟନର୍ ନଥିବା ବେଳେ ରାଜନୈତିକ ଦଳକୁ ହାତ ବାରିସି କରି ଦୀର୍ଘ ଦିନ ଧରି ଭଦ୍ରକରେ ଥିବା ଔଷଧ ବ୍ୟବସାୟୀ ସଙ୍ଘର ସମ୍ପାଦକ ରହିଆସୁଛନ୍ତି। ତେବେ ସରକାରୀ ନିୟମାନୁଯାୟୀ ଜଣେ ବ୍ୟକ୍ତି ସରକାରି ଚାକିରି କରିଥିଲେ ଅନ୍ୟ କୌଣସି ବେସରକାରୀ ସଂସ୍ଥାର ପଦପଦବୀରେ ରହି ପାରିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ପୂର୍ବତନ ସଭାପତି ରଞ୍ଜନ ସ୍ୱାଇଁ । ତେବେ ସେ ଦୀର୍ଘଦିନ ଧରି ଭଦ୍ରକ ଔଷଧ ବ୍ୟବସାୟୀ ସଂଘରେ ସମ୍ପାଦକ ଭାବେ ରହି ନକଲି ଔଷଧ କାରବାର କରୁଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସଙ୍ଘର ପୂର୍ବତନ ସଭାପତି। ତେବେ ଏ ନେଇ ପୂର୍ବରୁ ଏସ,ପି ଡ୍ରଗସ ଇନିସପେଷ୍ଟର, ଏବଂ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଉକ୍ତ ଘଟଣାକୁ ଗୁରୁତ୍ବର ସହ ନେଇ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More