ଯାଇଥିଲା ସିଲେଇ ଶିଖିବାକୁ କିନ୍ତୁ ଶବ ହୋଇ ଫେରିଲେ ଘରକୁ

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : —-ସିଲେଇ ଶିଖିବାକୁ ଯାଇ ଶବ ହୋଇ ଘରକୁ ଫେରିଲା ନାବାଳିକା,ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଂଚାୟତ ର ମାଉଲିଭଟ୍ଟା ଗ୍ରାମ ରେ। ସୂଚନା ଅନୁଯାଇ ମାଉଲିଭଟ୍ଟା ଗ୍ରାମ ର ସାଧୁରାମ୍ ଗଣ୍ଡ ଙ୍କ ଗୋଟେ ମାତ୍ର ଝିଅ ସୁକବତି ଗଣ୍ଡ ସିଲେଇ ଶିଖିବାକୁ ଘରଠୁ ଲୁଚି ଜୟପୁର ର ଏକ ଏଜେଣ୍ଟ ଦ୍ୱାରା ତାମିଲନାଡୁ ର ତ୍ରିପୁରା ର ଏକ କମ୍ପାନୀ କୁ ଯାଇଥିଲା । ଗୁରୁବାର ଦିନ ସନ୍ଧ୍ୟା ୭ ଟା ବେଳେ ବଡ ଭାଇ ଗଣେଶ ଗଣ୍ଡ ସହ କଥା ହୋଇ ଥିଲା ଶୁକବତି। କଥା ହୋଇ ଫୋନ ରଖିବା ପରେ ରାତି ୧୧ ଟାରେ ଏଜେଣ୍ଟ ଗଣେଶ କୁ ଫୋନ କରି କହିଲା ତମ ଭଉଣୀର ମୃତ୍ୟୁ ଘଟିଛି ତମେ ମାନେ ଆସ ତ୍ରିପୁରାକୁ । ଏହି ଖବର ଶୁଣି ପରିବାରଙ୍କ ହୋସ ଉଡିଯାଇ ଥିଲା।ଭଲ ଥିବା ଝିଅ ୭ ଟା ବେଳେ କଥା ହୋଇଥିଲା। ହେଲେ ଘରେ ୧୧ ଟା ବେଳେ କେମିତି ମୃତ୍ୟୁ ଘଟିଲା ପରିବାର ଲୋକେ ଵିଶ୍ଵାସ କରି ପାରୁନାହାନ୍ତି । ସୁକବତି ର ମୃତ୍ୟୁ ର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପାଖେ ଦାବୀ କରିଛନ୍ତି ପରିବାର ଲୋକେ । ସୁକବତି ରାଇଘର ଯୁକ୍ତ ଦୁଇ ବିଜ୍ଞାନ କଲେଜ ରେ ପାଠ ପଢୁଥିଲା । ତାଙ୍କ ଗ୍ରାମର କିଛି ଝିଅ ସାଙ୍ଗ ମାନଙ୍କ ସହ ଘରଠୁ ଲୁଚି ତିନି ମାସ ହେଲା ତ୍ରିପୁରା ରେ ଯାଇ ରହୁଥିଲା, କମ୍ପାନୀ ରେ ସିଲେଇ କାମ କରୁଥିଲା।ଗୋଟେ ମାତ୍ର ଝିଅକୁ ହରେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଶବ ଘରକୁ ଫେରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, ରାଇଘର ପୋଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଯାରି ରଖିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More