ଯଶୋଦା ଦେବୀ ନର୍ସିଙ୍ଗ ସ୍କୁଲରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ

14

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସୁବର୍ଣ୍ଣପୁର ସ୍ଥିତ ଯଶୋଦା ଦେବୀ ନର୍ସିଙ୍ଗ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ ଏବଂ ଅନ୍ତର୍ଜାତୀୟ ସେବିକା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ଉତ୍ସବକୁ ଉଦଘାଟନ କରି ଡାକ୍ତର ଙ୍କ ଭଳି ସେବାରେ ସେବିକା ଭଉଣୀ ମାନଙ୍କ ଭୂମିକା ଖୁବ ଗୁରୁତ୍ୱ ପୂର୍ଣ୍ଣ ଅଟେ, ଆପଣ ମାନେ ସମାଜର ଭବିଷ୍ୟତ ବୋଲି କହି କୁଷ୍ଠ ରୋଗ କୁ କିଛି ଲୋକେ ଯେମିତି ଘୃଣ୍ୟ ଦୃଷ୍ଟି ରେ ଦେଖନ୍ତି କିନ୍ତୁ ଆପଣଙ୍କ ଜରିଆରେ ହିଁ ସମାଜ ରେ ସେଭଳି କୁସଂସାର ସବୁକୁ ଦୁର କରାଯାଇ ପାରିବ ବୋଲି କହିଥିଲେ l ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପୁରୋହିତ ଯୋଗ ଦେଇ ସେବିକା ମାନଙ୍କୁ ଯଶୋଦା ମାଙ୍କ ଭଳି ମାତୃତ୍ୱ, ବ୍ୟକ୍ତିତ୍ୱ ରଖିଲେ ସମାଜ ରେ ସବୁଠି ଗ୍ରହଣୀୟ ହେବେ ବୋଲି ଅନେକ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ନର୍ସିଙ୍ଗ ସ୍କୁଲ ର ଅଧ୍ୟକ୍ଷ ଦିବକାର ନାଏକ, ଡାଇରେକ୍ଟର ମନୋରଞ୍ଜନ ପଧାନ, ସମାଜସେବୀ ତଥା ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ଛାତ୍ରୀ ଓ ଷ୍ଟାଫ ଙ୍କ ଦ୍ୱାରା ନାଟକ ଦେଶୀ ହସ୍ପିଟାଲ, ଓ ନାଟକ ବିଦେଶିନୀ ସମେତ ଗୀତ ନାଚ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ଆକର୍ଷଣୀୟ ଥିଲା l ସଭାକୁ ପ୍ରିନ୍ସିପାଲ ଦମୟନ୍ତୀ ମହାନନ୍ଦ ପରିଚାଳନା କରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଛାତ୍ରୀ ରାଜେଶ୍ବରୀ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ l ସ୍କୁଲର ଉପଦେଷ୍ଟା ରବି ବହିଦାର, ମନୋଜ ପଣ୍ଡାଙ୍କ ସମେତ ସମସ୍ତ ଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l ସଭାରେ ସହରର ବହୁ ବୁଦ୍ଧିଜୀବୀ ମିଡ଼ିଆ, ଓ ମେଡିକାଲ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More