ଢେଙ୍କାନାଳ ( ସଂଘର୍ଷ ମିଡିଆ ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଣ୍ଟାବଣିଆ ଥାନା ଅନ୍ତର୍ଗତ ଝାଡୁ ବେରିଣି ଗ୍ରାମରେ ଗତ ଗୁରୁବାର ରାତିରୁ ଯନ୍ତୁ ଶିକାର କରିଥିବାବେଳେ ବିଦୁତ୍ୟ ତାର ସ୍ପର୍ଶରେ ଆସି ଯୁବକର ଘଟଣା ସ୍ଥଳେ ମୃତ୍ୟୁ ଘଟିଥିବାବେଳେ ଗତକାଲି ସକାଳେ ସ୍ଥାନୀୟ ଜନସାଧାରଣ ଦେଖି ପୋଲିସକୁ ଖବର ଦେଇ ଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ଯେ, ବାଲିମୀ ଥାନା ଅନ୍ତର୍ଗତ ବାଙ୍କିଡି ଗ୍ରାମର ବିଭୁତି ନାୟକ ନାମକ ଜଣେ ଯୁବକ ଝାଡୁ ବେରୀନି ଯାଇ ଥିବାବେଳେ ଫେରିବା ରାସ୍ତାରେ ଯନ୍ତୁ ତଥା ବାରହା ଶିକାର ପାଇଁ ବିଛା ଯାଇ ଥିବା ବିଦୁତ ତାର ଲାଗି ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ଦେଖିବାକୁ ମିଳିଛି। ବିଭୁତି ବାଲିମ ଥାନା ଅନ୍ତର୍ଗତ ବାଙ୍କିଡି ଗ୍ରାମର ହୋଇ ଥିବାରୁ କଣ୍ଟା ବଣିଆ ଥାନା ପକ୍ଷରୁ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଥିବାବେଳେ ଘଟଣାର ଅଧିକ ତଦନ୍ତ କରା ଯାଉଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ହିନ୍ଦୋଳ ଉପଖଣ୍ଡରେ ଶିକାରୀ ମାନଙ୍କ ଦ୍ୱାରା ବହୁ ବାର ବିଦୁତ୍ୟ ତାରରେ ଯନ୍ତୁ ଶିକାର କରାଯାଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ଧରାଯାଉ ନାହିଁ। ଯନ୍ତୁ ଶିକାରୀ ମାନଙ୍କ ଫାଶରେ କେତେବେଳେ ନିରୀହ ଜନ୍ତୁ ପ୍ରାଣ ହରାଉ ଥିବାବେଳେ, କେତେବେଳେ ଫାସରେ ପଡି ମଣିଷ ମୃତ୍ୟୁ ହୋଇ ଥିବା ଦେଖା ଯାଉଛି। ଦୋଷି ମାନଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ହିନ୍ଦୋଳ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଢେ଼ଙ୍କାନାଳ ହିନ୍ଦୋଳରୁ ସୁଜିତ କୁମାର ବେହେରାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।