ଯକ୍ଷ୍ମା ରୋଗ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

25

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଇଲାରି ଗ୍ରାମ ପଂଚାୟତ ରେ ତା ୨୯/୪ ଶୁକ୍ରବାର ରେ ଯକ୍ଷ୍ମା ରୋଗ ର ନିରାକରଣ ତଥା ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମରେ ସଚେତନତା ରାଲି ମାତାଗୁଡି ମନ୍ଦିର ରେ ପୂଜାରୀଙ୍କ ଦ୍ୱାରା ନାରିକେଳ ଫଟାଇ ଶୁଭାରମ୍ଭ କରି ଥିଲେ।ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଓଡିଶାଙ୍କ ସହାୟତାରେ ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିସ୍ଥା ଅଧିକାରୀ ଡା ଶୁଭାଶୀଷ ସାହୁଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଗ୍ରାମ ମାନଙ୍କରେ ବ୍ୟାପକ ଭାବେ ସଚେତନତା ଦ୍ୱାରା ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମ କରା ଯାଉଛି।ଏହି ଅବସରରେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ମନକି ମାଝୀ ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ ଗ୍ରାମ ପଂଚାୟତ ର ସରପଞ୍ଚ ଚନ୍ଦ୍ରି ଭତ୍ରା,ଗ୍ରାମ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ସବିତାମିଶ୍ର,ସମସ୍ତ ୱାର୍ଡ ସଭ୍ୟ, ଅଙ୍ଗନ ୱ୍।ଡ଼ି କର୍ମୀ ମାନଙ୍କ ମଧ୍ୟରେ ନଳିନୀ ଭତ୍ରା,ବନିତା ଭତ୍ରା,ସୁକ୍ରି ଯାନୀ ଓ ଆଶା ରାଣୀ ମାଝୀ, ଆଶାକର୍ମୀ ମାନଙ୍କ ମଧ୍ୟରେ ସୁନା ମଣି ଭତ୍ରା,ରାଜ ମତି କଲାର,ଜାନକୀ ମାଝୀ,ଚଞ୍ଚଳା ଭତ୍ରା,ରଇଲା ଭତ୍ରା,ସକୁନ୍ତଳା ନାୟକ ଙ୍କ ସହ ଗ୍ରାମର କେତେକ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ଯକ୍ଷ୍ମା ରୋଗ ନିରାକରଣ ର ନାରା ଯଥା ଯକ୍ଷ୍ମା ରୋଗ ଏକ ବାୟୁ ଜନିତ ରୋଗ,ଯକ୍ଷ୍ମା ଏକ ସଙ୍କ୍ରାମକ ରୋଗ ଏହା ଜୀବାଣୁ ଦ୍ୱାରା ବ୍ୟପେ,ଡଟସ ଆପଣାନ୍ତୁ, ଯକ୍ଷ୍ମା ରୋଗରୁ ମୁକ୍ତ ହୁଅନ୍ତୁ ଏପରି ସାତ ଟି ନାରା କହି କହି ଜନ ସାଧାରଣଙ୍କୁ ସଚେତନ କରାଇବା ସହ ଶପଥ ରେ ମୁଁ ଆଜି ଏଇଠି ଭଗବାନଙ୍କ ନାମରେ ଶପଥ ନେଉଛି ଯେ ଯଦି କୌଣସି କାମ,ଜ୍ୱର,ଓଜନ କମିବ,ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀ ମୋର ଦୃଷ୍ଟି ଗୋଚର ହୁଏ,ମୁଁ ତାକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଫ ପରିକ୍ଷା ପାଇଁ ପଠେଇବି ଏବଂମୋ ଗାଁକୁ ଯକ୍ଷ୍ମା ମୁକ୍ତ କରିବାରେ ସମ୍ପୂର୍ଣ ସହଯୋଗ କରିବି।ଗ୍ରାମ ପରିକ୍ରମା କରି ସାରିବା ପରେ ଗ୍ରାମ ପଂଚାୟତ ରେ ଯକ୍ଷ୍ମା ନିରାକରଣ ଉପରେ ଏକ ସଭା କରାଯାଇ ସଚେତତନ କରା ଯାଇ ଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଓ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More