ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ( MASA)ତରଫରୁ ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ସଫଳ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ଆଜି ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ଓ ଆସେକା ମିଳିତ ଆନୁକୂଲ୍ୟରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ସଫଳ ହୋଇଛି |ଏଥିରେ ରାଇରଂଗପୁର ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ ସହଯୋଗ କରିଥିଲେ | ସେମାନଙ୍କ ଦାବୀ ଗୁଡିକ ହେଲା- ବାଇଗଣବାଡିଆ ରିତୟନୀ I.T.I ରେ ନିର୍ଯାତନର ଶିକାର ଛାତ୍ରମାନଙ୍କରୁ ନ୍ୟାୟ ପ୍ରଦାନ , ଛାତ୍ରମାନଙ୍କୁ ମାଡମାରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ , ବେନିୟମ ରିତୟନୀ ITI କୁ ସିଲ କରିବା ସହିତ ଉକ୍ତ ITI ରେ ଅଧ୍ୟୟନରତ ଛାତ୍ରମାନଙ୍କୁ ଅନ୍ୟତ୍ର ପାଠ ପଢିବାର ସୁଯୋଗ ଦିଆଯିବା ଓ ଆଦିବାସୀ ଛାତ୍ରମାନଙ୍କୁ Stipend ଦିଆଯିବା ନିମନ୍ତେ ସେମାନେ ଦାବି ରଖିଥିଲେ। ପ୍ରାପ୍ତ ସୂଚନା ଅନୁୟାୟୀ ଶିକ୍ଷାନୁଷ୍ଠାନ ହେଉଛି ଛାତ୍ରମାନଙ୍କର ଭବିଷ୍ୟତ ଗଠନ କରେ କିନ୍ତୁ ରିତୟନୀ I T I ରେ ଛାତ୍ରମାନଙ୍କର ପରୀକ୍ଷା Admit Card ରେ ଯେଉଁ ଟ୍ରେଡ଼ ଥିଲା ମାତ୍ର ସେମାନେ ଆଉ ଗୋଟିଏ ଟୈଡ୍ ପାଠ ପଢିଛନ୍ତି | ଏ ବିଷୟରେ ITI ର ପ୍ରିନିସିପାଲଙ୍କୁ ଜଣାଇଥିଲେ। କିନ୍ତୁ ପ୍ରିନିନିପାଲଙ୍କ ସାନଭାଇ ଛାତ୍ରମାନଙ୍କ ଉପରେ ଆକ୍ରମଣ ପନ୍ଥା ଅବଲମ୍ବନ କରିଥିଲେ । ରାଇରଂଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More