ମୋ ସ୍କୁଲ୍ ଅଭିଯାନ କମିଟିର ବୈଠକ ଅନୁଷ୍ଠିତ

16

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ଏମଆଇଡ଼ିଆଇ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ନିମପୁର ଶାସନ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ପୂରାତନ ଛାତ୍ରମାନଙ୍କ ସମେତ ମୋ ସ୍କୁଲ ଅଭିଯାନର ଚେୟାର ମ୍ୟାନ ରବିନ୍ଦ୍ର ପଣ୍ଡା ଓ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟ ନୂତନ ପ୍ରଧାନ ଶିକ୍ଷୟିତ୍ରୀ, ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ମମତା ସାହୁ, ଶିକ୍ଷକ ତପନ କୁମାର ରାୟ, ଶିକ୍ଷାବିତ ସୁକଦେବ ଦାସ ପୂର୍ବତନ ଶିକ୍ଷକ ରମେଶ ଚନ୍ଦ୍ର ଦାସ ସମାଜସେବୀ ହରେକୃଷ୍ଣ ଦାଶ,ଧୃବ ଚରଣ ପାଣ୍ଡବ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପୂରାତନ ଛାତ୍ର ଓ ଛାତ୍ରୀ ମାନଙ୍କ ସହଯୋଗରେ ୬୦ ହଜାର ଟଙ୍କା ଆଦାୟ କରି ସରକାରଙ୍କ ମୋ ସ୍କୁଲ ଅଭିଯାନ ଯୋଜନାରେ ଗଛିତ କରିଥିଲେ। ଏହି ବୈଠକରେ COVID ନିଅମକୁ ଦୃଷ୍ଟିରେ ରଖି ଅଳ୍ପ କିଛି ଛାତ୍ର ଓ ମୋ ସ୍କୁଲ ଅଭିଯାନର ସମ୍ପାଦକ ଚିତ୍ତରଂଜନ ଦାସ,ଭବାନି ଶଙ୍କର ଦାଶ, ପ୍ରେମାନନ୍ଦ ପଣ୍ଡା କିଛି କର୍ମ କର୍ତ୍ତା ମାନେ ଅଂଶଗ୍ରହଣ କରିବା ସହିତ ଏହି ଅଭିଯାନ କୁ କିପରି ଆଗକୁ ବଢ଼ାଇବା ଓ ଆମ ନିମପୁର ଶାସନ ଉଚ୍ଚ ବିଦ୍ୟାଳୟ ର ଉର୍ଣ୍ଣତି ଦିଗରେ ଆଲୋଚନା କରିଥିଲେ। ଆହୁରି ମଧ୍ୟ କହିଥିଲେ ଏହି ବିଦ୍ୟାଳୟ ଆଜକୁ ୫୧ ବର୍ଷ ହୋଇଥିବା ବେଳେ ଏହି ଶିକ୍ଷା ଅନୁଷ୍ଠାନ, ବହୁ ଉଚ ମାନର ବ୍ୟକ୍ତି ମାନଙ୍କୁ ତିଆରି କରିବାରେ ସଫଳ ହେଇଛି। ଏହି ଆଲୋଚନା ମାଧ୍ୟମରେ ମୋ ସ୍କୁଲ ଅଭିଯାନ ର ଚେୟାର ମ୍ୟାନ ରବିନ୍ଦ୍ର ପଣ୍ଡା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କହିଛନ୍ତି ଆପଣମାନେ ଛାତ୍ର ଓ ଛାତ୍ରୀ ମାନଙ୍କୁ ନିଜର ପିଲାଭାବି ସଠିକ୍ ଶିକ୍ଷା ପ୍ରଦାନ କରନ୍ତୁ । ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭଗବତି ଦାଶଙ୍କୁ ମୋ ସ୍କୁଲ୍ ଅଭିଯାନର ସମସ୍ତ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବା ସହ ଆମ ପୂର୍ବତନ ଛାତ୍ର ଓ ଛାତ୍ରୀ ମାନେ ବିଗତ ଦୀନରେ ୬୦ ହଜାର ଟଙ୍କା ଆଦାୟ କରି ସରକାରଙ୍କ ଯୋଜନାରେ ଗଛିତ ରଖିଥିଲୁ ଆଜି ତାହା ଲକ୍ଷେ ଅଶି ହଜାରରେ ପହଞ୍ଚିଛି ପିଲାମାନଙ୍କର ଓ ବିଦ୍ୟାଳୟର ଉର୍ଣ୍ଣତି କାର୍ଯ୍ୟରେ ସହାୟକ ହେବ ବୋଲି କହିଥିଲେ।ମୋ ସ୍କୁଲ୍ ଅଭିଯାନ ର ପ୍ରତ୍ୟେକ କାର୍ଯ୍ୟ ସଠିକ୍ ତଦାରଖ କରୁଥିବା ଶିକ୍ଷକ ପତନ କୁମାର ରାୟ ଙ୍କୁ କମିଟିର ସଦସ୍ୟ ମାନେ ପ୍ରସଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ପଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More