ମୋ ସରକାର ରୂପାନ୍ତର ଯୋଜନାର ମାନକୁ ନେଇ ବିଦ୍ୟାଳୟ କମିଟିରର ପ୍ରଶ୍ନ ? ଉତ୍ତର ଦେଉନି ପ୍ରଶାସନ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): _ ନବରଙ୍ଗପୁର ଜିଲ୍ଲାର ଗୋଟିଏ ପରେ ଗୋଟିଏ ମୋ ସରକାର ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ବିଦ୍ୟାଳୟର ନିମ୍ନ ମାନର କାର୍ଯ୍ୟକୁ ବିଦ୍ୟାଳୟ କମିଟି ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି। ହେଲେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ କୌଣସି ଉତ୍ତର ଦେଉ ନାହାନ୍ତି। ସଂପୃକ୍ତ ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଏହାର ଟିକି ନିଖି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇ ଜିଲ୍ଲା ପ୍ରଶାସନ ଚୁପ୍ ରହିଛି। ଗତ ବର୍ଷ ନନ୍ଦାହାଣ୍ଡି ଦହଣା ଉଚ୍ଚ ବିଦ୍ୟାଳୟ ନିମ୍ନ ମାନର କାର୍ଯ୍ୟକୁ ନେଇ ନନ୍ଦାହାଣ୍ଡି ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବିଡ଼ିଓ ମୋ ସହିତ ବିଦ୍ୟାଳୟକୁ ଗଣ ମାଧ୍ୟମ ପ୍ରତିନିଧି ଆସନ୍ତୁ ବିଦ୍ୟାଳୟକୁ ଯିବା ବୋଲି କହିଥିଲେ। ଏହାର ନିର୍ମାଣ କାର୍ଯ୍ୟ ନିଜେ ଅନୁଧ୍ୟାନ କରିବା ପରେ ସତ ମାନି ଯାଇଥିଲେ। ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟ ନିର୍ମାଣ ପାଚେରୀ ଠିକ୍ ଏହି ମାସରେ ଅଳ୍ପ ବର୍ଷାରେ ୩ଫାଳ ହୋଇ ଭାଙ୍ଗି ଯାଇଥିଲା। ୨ଦିନ ତଳେ ଜିଲ୍ଲାର ରାଇଘର ବ୍ଲକରେ ନିମ୍ନ ମାନର କାର୍ଯ୍ୟ ବିଦ୍ୟାଳୟ କମିଟି ବିନା ପରାମର୍ଶ ରେ ହୋଇଥିବା ନେଇ ଅଭିଯୋଗ ହୋଇଛି। ସେହିଭଳି ଗତ କାଲି ବର୍ଷା ରେ ପାପଡାହାଣ୍ଡି ବ୍ଲକ ଡଙ୍ଗରା ବିଦ୍ୟାଳୟ ନିର୍ମାଣ ପାଚେରୀ ସଂପୂର୍ଣ୍ଣ ଭାଙ୍ଗି ଛିନ୍ନ ବିଚ୍ଛିନ୍ନ ହୋଇଯାଇଛି। ବିଦ୍ୟାଳୟରେ ବିକାଶ ନାମରେ ରାଜ୍ୟ ସରକାର ଦେଉଥିବା ମୋ ସରକାର ୫ଟି ଯୋଜନା ନାମରେ ଅନୁଦାନ ଦେଖାଇ ଏହାର କିଭଳି ହରି ଲୁଟ ହେଉଛି, ବ୍ଲକ ପ୍ରଶାସନ ଓ ଠିକାଦାର ମଧ୍ୟରେ ଉତ୍ତମ ବୁଝାମଣା ହେଲେ ହେଲା ବୋଲି ମଧ୍ୟ ଅଭିଯୋଗ ହେଉଛି। କୌଣସି ଗଣ ମାଧ୍ୟମ ପ୍ରତିନିଧି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କଲେ, ଏହାର ତଦନ୍ତ କରିବାକୁ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସତ ହେଲେ, ବିଡ଼ିଓ ଙ୍କ ସହିତ ମିଶି ଉତ୍ତମ କାର୍ଯ୍ୟ ଚାଲୁଥିବା ରିପୋର୍ଟ ତାଙ୍କ ନିକଟରେ ପ୍ରଦାନ କରୁଛନ୍ତି। ଏଠାରେ ଗୋଟିଏ କଥା ଜିଲ୍ଲାବାସୀଙ୍କ ମନରେ ଉଙ୍କି ମାରୁଛି ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅଧିକାରୀ ଅନୁଧ୍ୟାନ କରୁଛନ୍ତି ସତ ହେଲେ ମିଛକୁ ସତ ରିପୋର୍ଟ ପ୍ରଦାନ କରୁଥିବାରୁ ଏଭଳି ପାଚେରୀ ଭୁଷୁଡି ପଡିବା ଏବଂ ନିମ୍ନ ମାନର କାର୍ଯ୍ୟ କୁ ନେଇ ବିଦ୍ୟାଳୟ କମିଟି ବାରମ୍ବାର ଅଭିଯୋଗ କରିବା ସତ୍ବେ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଉନି ବିଭାଗୀୟ ଅଧିକାରୀ। ଖୋଦ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ଯେଉ ବିଦ୍ୟାଳୟକୁ ପରିଦର୍ଶନ ରେ ଯାଉଛନ୍ତି, ସେ ବିଦ୍ୟାଳୟ ନିର୍ମାଣ କରୁଥିବା ଠିକାଦାରର ହାର୍ଟ ବିଟ୍ ବଢି ଯାଉଛି।ସେ ଦେଖିଲେ ତାଙ୍କ ଖୋଲମ୍ ଖୋଲା ନିର୍ଦ୍ଦେଶରେ ଠିକାଦାର ନାଲି ଆଖି ନରମି ଯାଉଛି। ଆଜି ତୃତୀୟ ପର୍ଯ୍ୟାୟରେ ରାଇଘର ବ୍ଲକ ଇନ୍ଦ୍ରାରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଉଦଘାଟନ ପୂର୍ବରୁ ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଲଜ୍ଜିତ ହେବାକୁ ପଡ଼ିଛି। ବେଳ ଥାଉ ଥାଉ ଏଭଳି ସମସ୍ୟାର ସମାଧାନ ନ ହେବାରୁ ଏଭଳି ବଦନାମ ହେଲା ବୋଲି ଜିଲ୍ଲାବାସୀ ଅଭିଯୋଗ କରୁଥିବା ଶୁଣିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More