ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଉଚ୍ଚ ବିଦ୍ୟାଳୟ ଓ ତେନ୍ତୁଳିଖୁଣ୍ଟି ଦିବ୍ୟ ହୃଦୟ ଉଚ୍ଚ ବାଳିକା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଅତି ଦୃତ ଗତି ରେ ଆରମ୍ଭ ହୋଇଯାଇଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତ ରେ ଠିକାଦାର ରଙ୍ଗ ବେରଙ୍ଗ ରେ ବିଦ୍ୟାଳୟ ଗେଟ ଠାରୁ ଆରମ୍ଭ କରି, ବିଦ୍ୟାଳୟ ପାଚେରୀ ନିର୍ମାଣ, କଂକ୍ରିଟ ରାସ୍ତା ନିର୍ମାଣ, ସାଇକେଲ ରହଣି ସ୍ଥାନ ଖୁବ ଜୋର ସୋରରେ ଉପରେ ଉପରେ ସଜାଇ ଚାଲିଛି। ସତେ ଯେମିତି କି କୌଣସି ଅଧିକାରୀ ୬ମାସ ମଧ୍ୟରେ ଦେଖିଲେ ରୂପ ରେଖ ଚିକ୍କଣ ଅଛି ଭାବିବେ। ଯେମିତି ସେମିତି କାର୍ଯ୍ୟ କରିଲେ ମଧ୍ୟ ବିଭାଗୀୟ ଅଧିକାରୀ କାମ ବିଲ୍ କରିବାକୁ ହେଲା କରୁନ ଥିବା ଦେଖିବାକୁ ମିଳୁଛି। କେଉ ବିଦ୍ୟାଳୟରେ କେତେ ମୋ ସରକାର ୫ଟି ଅନୁଦାନ ଦେଇଛନ୍ତି।ନା ଅଛି ନାମ ଫଳକ ଏପରିକି ବ୍ଲକ୍ ରେ କୌଣସି ବିଦ୍ୟାଳୟରେ ନାମ ଫଳକ ଦେଖିବାକୁ ମିଳୁନାହି।କେବଳ ମୋ ସରକାର ନାମରେ ରୂପାନ୍ତରଣ କାର୍ଯ୍ୟ ଚାଲିଛି ବୋଲି ଶୁଣିବାକୁ ମିଳୁଛି। ଗତ ମାର୍ଚ୍ଚ ମାସରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ବ୍ଲକରେ ମୋ ସରକାର ନାମରେ ଚାଲିଥିବା ବିଦ୍ୟାଳୟ ଗୁଡ଼ିକର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରି ଦେଖିଥିଲେ।ଆଜି ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ କାମତା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରି ଫେରି ଥିବା ଜଣା ପଡ଼ିଛି। ସେ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶରେ ସମସ୍ତ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ବୁଲି ସଂପୂର୍ଣ୍ଣ ବିବରଣୀ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିବେ ବୋଲି ସୂଚନା ମିଳିଛି।ଆଜି କାମତା ବିଦ୍ୟାଳୟରେ ନିମ୍ନ ମାନର ବାଲି ଓ ବହୁତ ଦିନର ସିମେଣ୍ଟରେ ଯେମିତି ସେମିତି କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ମାର୍ବଲ୍ ପ୍ଲେଟ ଗୁଡ଼ିକ ଅଙ୍କା ବଙ୍କା ହୋଇ ସଂପୂର୍ଣ୍ଣ ଭାବେ ମିଶୁ ନ ଥିବା ଦେଖି ବାକୁ ମିଳିଛି।ଏ ନେଇ ବିଦ୍ୟାଳୟ କମିଟି ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ପଚାରୀବାରୁ ସେ କାମତା ବିଦ୍ୟାଳୟକୁ ପରିଦର୍ଶନରେ ଯାଉଥିଲେ। ସେତେବେଳେ କୌଣସି ବିଭାଗୀୟ ଯନ୍ତ୍ରୀଙ୍କୁ ଦେଖି ନାହାନ୍ତି।କେବଳ ଠିକାଦାର କାର୍ଯ୍ୟ କରୁଥିବା ଦେଖିଥିଲେ।ସେ ନିମ୍ନ ମାନର କାର୍ଯ୍ୟକୁ ନେଇ ମୁହଁ ଖୋଲି ନାହାନ୍ତି। ଅପରପଷରେ ଏ ନେଇ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସଙ୍କୁ ପଚାରିବାରୁ ସେ ବିଦ୍ୟାଳୟ ଗୁଡ଼ିକ ନିରୀକ୍ଷଣ କରିଛନ୍ତି ।ସେ ଦିତୀୟ ଥର ବିଦ୍ୟାଳୟ ଗୁଡ଼ିକ ନିରୀକ୍ଷଣ କରିବାକୁ ଖୁବ୍ ଶୀଘ୍ର ଯିବେ , କାର୍ଯ୍ୟ ନିମ୍ନ ମାନର କରିଥିଲେ, ସମ୍ପୃକ୍ତ ଠିକାଦାରଙ୍କୁ ଆଉ ଥରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଏଥିରେ ଖିଲାପ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଙ୍ଘର୍ଷ ନିୟୁଜ.l