ମୋହନାରେ ଉତ୍କଳ ଦିବସ ପାଳିତ

11

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ପବିତ୍ର ଉତ୍କଳ ଦିବସ ଅବସରରେ ଗଜପତି ମୋହନାରେ ଗଜପତି ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ ସହ । ରାଷ୍ଟ୍ରୀୟ ନବବର୍ଷ ମହୋତ୍ସବ ପାଳନ ହୋଇଛି ।ସଂଘରେ ଗଜପତି ଜିଲ୍ଲାର ଅନେକ ଅଞ୍ଚଳର ଶହ ଶହ ସଦସ୍ୟ ଯୋଗଦେଇଥିଲେ । ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ପରିବେଷଣ ସହ ନଗର ପରିକ୍ରମା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କେନ୍ଦ୍ରୀୟ ସଂପାଦକ ରାମଦତ ଚକ୍ରଧର ଯୋଗଦେଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଆଉ ଜୟଶ୍ରୀରାମ୍ , ବଜରଙ୍ଗବଲି ଓ ଭାରତମାତାକି ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ମୋହନା ସହର ।ପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସଦସ୍ୟମାନେ ଭୂସ୍ପଥ ସଂଚଳନ କରିବା ପରେ ହାଇସ୍କୁଲ ପଡିଆରେ ପହଞ୍ଚିଥିଲେ ।ସେଠାରେ ଶ୍ରୀ ଚକ୍ରଧର ପହଞ୍ଚି ପ୍ରଦିପ ପ୍ରଜ୍ଳନ କରିବାପରେ,ସଂଘ ବଗବା ଧ୍ୱଜାକୁ ଉତ୍ତୋଳନ କରିବା ପରେ ଧ୍ଵଜ ପ୍ରଣାମ ଦିଆଯାଇଥିଲା ଏବଂ ସଂଘର ସଦସ୍ୟ ମାନଙ୍କ ଦ୍ୱାରା ନିୟୁଧ ପ୍ରଦର୍ଶନ କରାଯାଇଥିଲା ।ଭଲ ମଣିଷ ନିର୍ମାଣ କରାଗଲେ ଉନ୍ନତ ରାଷ୍ଟ୍ର ନିର୍ମାଣ ହୋଇପାରିବ ବୋଲି ବୁଝାଇବା ସହ ଅନେକ ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ -ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ,ଧର୍ମ ରକ୍ଷା ସମିତି, ଦୂର୍ଗାବାହିନୀ,ଅନେକ ହିନ୍ଦୁ ସଙ୍ଗଠନର ସଦସ୍ୟ ଯୋଗଦେଇଥିଲେ ।ଯାହାକି ୧୨ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କିଛି ସଂଘକୁ ସୁଦୃଢ କରିବା ପାଇଁ ନିୟଜିତ୍ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More