ମୋହନାକୁ ଏନ.ଏ.ସି ମାନ୍ୟତା ଦାବି ନେଇ ଅଞ୍ଚଳବାସୀଙ୍କ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

108

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଦିର୍ଘ ବର୍ଷ ଧରି ଗଜପତି ଜିଲ୍ଲା- ମୋହନା ବ୍ଲକକୁ ଏନ.ଏ.ସି ର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟା ସତ୍ତ୍ୱେ ଏନ୍.ଏ.ସି ମାନ୍ୟତାରୁ ବଞ୍ଚିତ ହୋଇଥିଲା ! ପରେ ମୁଖ୍ୟମନ୍ତ୍ରୀ ଓ ଭି.କେ ପାଣ୍ଡିଆନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମୋହନା ଅଂଚଳବାସୀ । କିନ୍ତୁ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଏନ୍.ଏ.ସି ଘଷଣା ଲିଷ୍ଟରେ ମୋହନା ବ୍ଲୋକର ନାମ ନ ଥିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଅଞ୍ଚଳବାସୀ ! ହାଇ ସ୍କୁଲ୍ ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆରମ୍ଭ କରିଥିଲେ ମୋହନା ଅଞ୍ଚଳବାସୀ ପରେ ସହର ପରିକ୍ରମା କରି ବ୍ଲକ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଏହାସହିତ ଯଦି ଆଗାମୀ 10 ତାରିଖ ଭିତରେ ମୋହନାକୁ ଏନ୍.ଏ.ସି ର ମାନ୍ୟତା ନ ମିଳେ ତେବେ ଏହାର ପରବର୍ତ୍ତୀ ସମୟରେ ତୀବ୍ର ଆନ୍ଦୋଳନ ସହ ଭୋଟ୍ ବର୍ଜନ ହେବବୋଲି କହିଥିଲେ ଅଞ୍ଚଳବାସୀ । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More