ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ତା ୧୫|୦୮|୨୦୨୩ ରିଖ ୭ ଘଣ୍ଟା ସମୟରେ ପ୍ରଜା ପିତା ବ୍ରହ୍ମ କ଼ୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ,ନବରଙ୍ଗପୁରର ହାରମନି ହଲ୍ ରେ ଘରେ ଘରେ ତ୍ରିରଙ୍ଗା ତଥା ମୋର ମାଟି ମୋର ଦେଶ ବିଷୟକୁ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଭ୍ରାତା ବଳଭଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଭ୍ରାତା ମହେଶ୍ଵର ନାୟକ, ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭ୍ରାତା ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଓ ଶ୍ରୀ ପ୍ରକାଶ କୁମାର ମିଶ୍ର, ଉପ ଜିଲ୍ଲାପାଳ, ନବରଙ୍ଗପୁର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହିଦ ଜବାନ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l ବ୍ରହ୍ମା କୁମାରୀ ଭଉଣୀ ମାନେ ଅତିଥି ମାନଙ୍କୁ ତ୍ରିରଙ୍ଗା ଉପଢୌକନ ଦ୍ଵାରା ସ୍ଵାଗତ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଜିଲ୍ଲାର ବ୍ରହ୍ମା କୁମାରୀ ସବ୍ ଜୋନ ର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ନିଲମ ଡିଡି ଭାରତକୁ ସ୍ଵାଧୀନ କରିବା ଦିଗରେ ନିଃସ୍ୱାର୍ଥ ଭାବେ ନିଜ ଜୀବନକୁ ବଳିଦାନ ଦେଇଥିବା,ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା ସହ ସେହି ସଙ୍ଗ୍ରାମୀ ମହାପୁରୁଷ ମାନଙ୍କର ଦେଶ ପ୍ରୀତି ଏବଂ ତ୍ୟାଗକୁ ଅନୁସରଣ କରି ଦେଶର ଅଖଣ୍ଡତା ଓ ସାର୍ବଭୌମତା କୁ ବଜାୟରଖିବା ଆବଶ୍ୟକ ଅଟେ l ତତ୍ ସହିତ ପ୍ରକୃତ ସ୍ୱାଧୀନତାର ସ୍ଵାଦ କୁ ଅନୁଭବ କରିବା ନିମନ୍ତେ ପରମାତ୍ମାଙ୍କର ସତ୍ୟ ଜ୍ଞାନକୁ ଜାଣିବା ସହ ରାଜ ଯୋଗ ଅଭ୍ୟାସ କରି ନିଜ ଜୀବନ କୁ ଗୁଣବାନ ବନେଇବା ର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ lପୂର୍ବତନ ସାଂସଦ ଭ୍ରାତା ବଳଭଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ଭାବରେ ଗର୍ବିତ ହେବା ସହ ନିଜର ମାଟି, ନିଜର ଦେଶ ର ସ୍ୱାଭିମାନକୁ ସଦା ଜୀବନ୍ତ ରଖିବା ଆବଶ୍ୟକ ବୋଲି ଆହ୍ଵାନ ଦେଇଥିଲେ l ତତ୍ ସହିତ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭ୍ରାତା ମହେଶ୍ଵର ନାୟକ ନାରୀ ମାନଙ୍କୁ ସଶକ୍ତ କରିବା ଦିଗରେ ସରକାର ଙ୍କ ତରଫରୁ ପୂର୍ଣ୍ଣ ପ୍ରୟାସ କରାଯାଉଅଛି l ଆଜିର ଦିନରେ ଦେଖାଯାଉଛି ମାତା ମାନେ ସ୍ଵୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି l ତତ୍ ସହିତ ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ଭ୍ରାତା ନବୀନ ଚନ୍ଦ୍ର ନାୟକ ସମୟର ଗୁରୁତ୍ଵକୁ ପ୍ରାଧାନ୍ୟ ଦେଇ ସମୟକୁ ସଦୁପଯୋଗ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ l ଏତଦ୍ ବ୍ୟତୀତ ନବରଙ୍ଗପୁର ଉପ ଜିଲ୍ଲାପାଳ ଭ୍ରାତା ପ୍ରକାଶ କୁମାର ମିଶ୍ର ମତ ବ୍ୟକ୍ତ କରିଥିଲେ ଯେ, ଦେଶକୁ ଭଲ ପାଇବାର ପ୍ରମାଣ ଦେଇ ଅନେକ ମହାପୁରୁଷ ଆମ ସମ୍ମୁଖରେ ଅମର ହୋଇଛନ୍ତି l ଆମେ ସମସ୍ତେ ମଧ୍ଯ ଦେଶ କୁ ନିଜର ମାଟି କୁ ଭଲ ପାଇବା ସହ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପରେ ସମ୍ପାଦନା କରିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀ ନମିତା ଭଉଣୀ ଧନ୍ୟବାଦ ଅର୍ପଣ କରିବା ସ୍ଥଳେ, କୁନି ଭଉଣୀ ଖୁସି ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ ଏବଂ ବ୍ରହ୍ମା କୁମାରୀ ଗିରୀଶ, ବିଦ୍ୟାଧର,ରାକ୍ଷୀ, ଗୀତା, ଅନିତା ଏବଂ ରୀତା ସହଯୋଗ ରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା l ବ୍ରହ୍ମା କୁମାର କପିଳ ଭାଇ ମଞ୍ଚ ପରିଚାଳନା କରିଥିଲେlକାର୍ଯ୍ୟକ୍ରମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମର ପୂର୍ଣ୍ଣ ଲାଭ ପ୍ରାପ୍ତ ହୋଇଥିଲେ lପରିଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ ସହ କାର୍ଯ୍ୟ ସାଙ୍ଗ କରାଯାଇଥିଲା l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.