ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନଙ୍କ ଅଧକ୍ଷତାରେ ଆମ ବ୍ୟାଙ୍କ ଉଦ୍ଘାଟିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୭୫୪ ଟି ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଏହି ଆମ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ୬ଟି ବ୍ୟାଙ୍କ ସହଯୋଗ କରିଥିବା ଜଣାପଡିଛି । ବ୍ୟାଙ୍କମାନଙ୍କ ମଧ୍ୟରେ ଏସବିଆଇ, ପିଏନବି, ୟୁନିୟନ, ବ୍ୟାଙ୍କ ଅଫ ଇଣ୍ଡିଆ, ଇକୋ ବ୍ୟାଙ୍କ ସହଯୋଗ କରିବା ପାଇଁ ସରକାରଙ୍କ ସହିତ ଚୁକ୍ତି କରିଥିବା ଜଣାପଡ଼ିଛି । ଏହା ପରିପେକ୍ଷିରେ ବାଣପୁର ବ୍ଲକର ଚାରୋଟି ପଞ୍ଚାୟତରେ ନୂତନ ବ୍ୟାଙ୍କ ଉଦ୍ଘାଟନ ହୋଇଯାଇଛି । ଚାରୋଟି ପଞ୍ଚୟତ ମଧ୍ୟରେ ମୋରାମୋରୀ ପଞ୍ଚାୟତ ହେଉଛି ଅନ୍ୟତମ । ଏହି ପଞ୍ଚାୟତରେ କୌଣସି ବ୍ୟାଙ୍କ ସେବା ନ ଥିବା ବେଳେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ କିଶୋର ଖଟେଇଙ୍କ ତତ୍ୱାବଧାନରେ ମୋରାମୋରୀ ପଞ୍ଚାୟତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ଶାଖା ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନୀ ସମାରୋହରେ ମୋରାମୋରୀ ପଞ୍ଚୟତର ସରପଞ୍ଚ ବସନ୍ତ ମାଳି, ଜିଆରଏସ ସନ୍ତୋଷ ମହାରଥୀ, ଖୋର୍ଦ୍ଧା ଡିଆରଡିଏ ର ଇଓ କସ୍ତୁରୀ ବାଳା ଜେନା,ଟି.ସି କର,ବାଣପୁର ବ୍ଲକ ଓଏଲେଏମ ଶିବ ଜାଲି,ଏମ୍ବିକେ ସୁଭଦ୍ରା ମାଲ, ବ୍ୟାଙ୍କ ମିତ୍ର ବନିତା ନାୟକ,ପଞ୍ଚାୟତ ମହିଳା ସଭାପତି ସୁଲି ସାହୁ, ସମ୍ପାଦିକା ପ୍ରଭାତୀ ମାଲଙ୍କ ସହିତ ସମସ୍ତ ସିଆର୍ପିମାନେ ଯୋଗଦେବା ସହ ବରିଷ୍ଟ ନାଗରିକ ମଧ୍ୟରେ ସୁବଳ ଦଳେଇ,ପ୍ରଫୁଲ ନାୟକ, ମଗବୁଲ କଳାପାହାଡ଼, ଗାଗୁଆ ଭୋଳ,ଗୋପୀ ନାୟକ ସମେତ ୩୦୦ ଶହରୁ ଉର୍ଦ୍ଧ୍ବ ପଞ୍ଚାୟତର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ସନ୍ଧ୍ୟା ୫ଘଣ୍ଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନ୍ସି ମାଧ୍ୟମରେ ସମସ୍ତ ୭୫୪ଟି ଗ୍ରାମ ପଞ୍ଚାୟତରେ ୭୫୪ଟି ବ୍ୟାଙ୍କ ଶାଖାକୁ ଉଦ୍ଘାଟନ କରିଥିଲେ । ବାକି ରହିଥିବା ଅନ୍ୟ ସମସ୍ତ ପଞ୍ଚାୟତ ମାନଙ୍କରେ ଦ୍ଵିତୀୟ ପର୍ଯ୍ୟାୟରେ ନୁତନ ବ୍ୟାଙ୍କ ଶାଖା ଖୋଲା ଯିବବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଥିଲେ । ମୋରାମୋରୀ ପଞ୍ଚାୟତରେ ନୂତନ ବ୍ୟାଙ୍କ ଶାଖା ଖୋଲାଯାଇ ଥିବାରୁ ସମସ୍ତ ମହିଳା ଓ ଲୋକମାନେ ବହୁତ ଖୁସି ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
Get real time updates directly on you device, subscribe now.