ମୋବାଇଲ ଲୁଟେରା ଗ୍ୟାଙ୍ଗ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଟାଉନ ଥାନା ଆଇ.ଆଇ.ସି

21

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) -: କେନ୍ଦ୍ରାପଡ଼ା ସହରରେ ଦିନ ଦିପହରେ ଲୁଟ ତରାଜି ଚୀନତାଇ ବଢୁଥିବା ବେଳେ ଲୋକେ ଦିନ ଦିପହରେ ରାସ୍ତାରେ ଚାଲିବା ବଡ କଷ୍ଟକର ହୋଇପଡିଛି । ଦିନକୁ ଦିନ ଚୋର ଡକାୟତ ମାନଙ୍କର ସାହସ ବଢିବାରେ ଲାଗିଛି । ଆଇନ ବ୍ୟବସ୍ଥାକୁ ବେଖାତିର କରି ଚୋର ଡାକୁ ମାନେ ଆଜି ବିଚ ରାସ୍ତା ଉପରେ ଲୋକଙ୍କୁ ଚୁରା ମାରିବାରେ ପଛ ଘୁଞ୍ଚା ଦେଉନାହାନ୍ତି । ସେହିଭଳି କେନ୍ଦ୍ରାପଡ଼ା ସହର କାକଟ ଲକ ପୋଲ ନିକଟରେ ପୁରୁଷୋତ୍ତମପୁର ଅଞ୍ଚଳର ସଂଗୀତା ମହାନ୍ତି ନାମକ କଲେଜ ପଢୁଆ ଝିଅ ଠାରୁ ଜଣେ ଅଜଣା ଯୁବକ ଏକ କକା ବାଇକ ସାହାଯ୍ୟରେ ଆସି ତାର କଲେଜ ବ୍ୟାଗ ଝାମ୍ପି ନେଇଥିଲା ଯେଉଁଥିରେ ଏକ ଦାମିକିଆ ଫୋନ ସାଙ୍ଗକୁ ନଗଦ ୨ହଜାର ଟଙ୍କା ଥିଲା । ସେହି ପରି କେନ୍ଦ୍ରାପଡ଼ା ସହର ଠାରୁ ଆରମ୍ଭ କରି ଦୁହୁରିଆ, ଗୋପ କଜଳା ଆଦି ଅଞ୍ଚଳ ମାନଙ୍କରୁ କଲେଜ ପଢୁଆ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ମୋବାଇଲ ଲୁଟ କରାଯାଉଛି । ଏହାପରେ ଥାନାରେ ଅଭିଯୋଗ କ୍ରମେ କେନ୍ଦ୍ରାପଡ଼ା ଏସପି ଘଟଣାକୁ ଗୁରୁତ୍ୱର ସହ ନେବା ସହ ଏକ ଟିମ ଗଠନ କରିଥିଲେ । ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନ ଆଇ.ଆଇ.ସି ଗୌରାଙ୍ଗ ପୃଷ୍ଟି,ଏ.ଏସ.ଆଇ ରତିକାନ୍ତ ନାୟକ ନେତୃତ୍ୱ କ୍ରମେ ମୋବାଇଲ ଲୁଟେରା ଗ୍ୟାଙ୍ଗର ପାଞ୍ଚ ସଦରଶ୍ୟା ମାନଙ୍କୁ ଗିରଫ କରିଥିଲେ ଯେଉଁଥିରେ ତିନ ମୋବାଇଲ ଲୁଟେରା ଥିବା ବେଳେ ଦୁଇ ଚୋରା ମୋବାଇଲ ରଖୁଥିବା ବ୍ୟପାରୀ ଥିଲେ । ସୂଚନା ମୁତାବକ 6ଟି ମୋବଇଲ ଫୋନ ଜବତ ହୋଇଥିବା ବେଳେ ଚୋରିରେ ବ୍ୟବହୃତ ଏକ ବାଇକ ଜବତ ହୋଇଛି । ପୋଲିସ କହିବା ମୁତାବକ ଉକ୍ତ ଡକାୟତ ଗ୍ୟାଙ୍ଗର ଫେରାର ଥିବା ଅନ୍ୟମାନେ ମଧ୍ୟ ବହୁ ଶୀଘ୍ର ଗିରଫ ହେବେ ବୋଲି ସୂଚନା ଦେଇଛନ୍ତି । ମୋବାଇଲ ଗ୍ୟାଙ୍ଗର ଗିରଫ ହୋଇଥିବା ଆସାମୀ ହେଲେ କମଳାକାନ୍ତ ବେହେରା ଟାଉନ ବଳରାମପୁର,ମୁରଲୀଧର ସ୍ୱାଇଁ ଭଗବତପୁର, ପ୍ରସଂଜିତ ସୁଆର ଚକଡା, (reciver )ରଞ୍ଜନ କୁମାର ନାୟକ ଆଳିଜଙ୍ଗା,ଚନ୍ଦନ ଶର୍ମା ଚକରପୁର ମାର୍ଶାଘାଇ.ସୂଚନା ମୁତାବକ ଟାଉନଥାନା ଅପରାଧୀ ମାନଙ୍କୁ କେସ ନଂ 75, 77 ଅନୁଯାଇ IPC ଧାରା 379 ଅନୁସାରେ କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ପୋଲିସର ଏହି ସଫଳତାକୁ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଦେବା ସହ ଖୁସି ବ୍ୟର୍ଥ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More