ମୋବାଇଲ ଦୋକାନରୁ ଚୋରି, ସିସିଟିଭି ଫୁଟେଜରେ କଏଦ ହେଲା ଚୋରର ଗତିବିଧି

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ଚାଟିଗୁଡାରେ ଗୋଟିଏ ମୋବାଇଲ ଦୋକାନରୁ ତାଲା ଭାଙ୍ଗି ମୋବାଇଲ ଫୋନ, ମୋବାଇଲ ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି । ଯିବା ସମୟରେ ଦୋକାନରେ ଲାଗି ଥିବା ସିସିଟିଭି କ୍ୟାମେରା ଗୁଡ଼ିକ ଭାଙ୍ଗି ଦେଇଛନ୍ତି । ସୂଚନା ଅନୁଯାୟୀ:- ଚାଟିଗୁଡା ଗ୍ରାମର ଅଭୟ ଦତ୍ତଙ୍କ ମୋବାଇଲ ଦୋକାନରେ କିଛ ଦୁବୃର୍ତ୍ତ ମୋବାଇଲ ଦୋକାନର ସଟର ତାଲା ଭାଙ୍ଗି ଦୋକାନରେ ବିକ୍ରିପାଇଁ ରଖାହେଇଥିବା ମୋବାଇଲ ଗୁଡିକ ଓ ମୋବାଇଲର ସାମଗ୍ରୀ ଗୁଡିକ ନେଇ ଯାଇଛନ୍ତି।ଅଭୟ ଦତ୍ତ ଙ୍କ କହିବା ଅନୁଯାୟୀ ସମସ୍ତ ସାମଗ୍ରୀ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ହେବ। ଏ ସବୁ ଚୋରି କରି ନେଇଯାଇଥିବା ସିସିଟିଭି ଫୁଟେଜରେ ଚୋର ମାନଙ୍କ ଗତିବିଧି ଦେଖିବାକୁ ମିଳିଛି। ଏ ନେଇ ଅଭୟ ଦତ୍ତ ପ୍ରଥମେ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିଥିଲେ। ପରେ ଆଜି ଡାବୁଗାଁ ଥାନାକୁ ଆସି ଲିଖିତ ଭାବେ ଅଭିଯୋଗ ପତ୍ର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡାବୁଗାଁ ପୋଲିସର ତଦନ୍ତ ଆରମ୍ଭ ହେଇନଥିବା ସୂଚନାମିଳିଛି । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ,ଚୋରିର ସାମଗ୍ରୀ ମିଳିପାରିବା ସହ ଦୋକାନୀ ତାର କ୍ଷତି ହୋଇଥିବା ରାଶିରୁ କିଛି ପରିମାଣର ପାଇପାରିବ ବୋଲି ସ୍ଥାନେ ସ୍ଥାନେ ଆଲୋଚନା ହେଉଛି ।ଚୋରକୁ ଧରି ଦଣ୍ଡ ବିଧାନ କରିବା ସହ ଚୋରି ଯାଇଥିବା ଜିନିଷ ଓ ନଗଦ ଟଙ୍କା ମିଳାଇ ଦେବା ପାଇଁ ଜନସାଧାରଣରେ ଦୃଢ ଦାବୀ ହେଉଛି l
ନବରଙ୍ଗପୁର ଜିଲ୍ଳାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More