ମୋବାଇଲ ଟାୱାର ଉପରେ ଚଢ଼ିଲେ ମହିଳା

8

Get real time updates directly on you device, subscribe now.

କନ୍ଦରପୁର(ସଂଘର୍ଷ ମିଡିଆ ) : – ମାଛଗାଁ ଜାତୀୟ ରାଜପଥ ପାର୍ଶ୍ଵ ବିରିଡ଼ି ଛକରେ ଥିବା ଏକ ମୋବାଇଲ୍ ଟାୱାରରେ ଜଣେ ମହିଳା ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଲୋକମାନେ ଡାକିଥିଲେ ମଧ୍ୟ ମହିଳା ଜଣଙ୍କ ତଳକୁ ଆସିନଥିଲେ। ମହିଳା ଜଣଙ୍କ ମାନସିକ ବିକୃତି ବୋଲି ଜଣାପଡିଛି। ଶେଷରେ ବିରିଡ଼ି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦିଆ ଯାଇଥିଲା। କର୍ମଚାରୀମାନେ ଟାୱାରରେ ଚଢ଼ି ମହିଳା ଜଣଙ୍କୁ ତଳକୁ ଆଣିଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶେଷରେ ମହିଳା ଜଣଙ୍କର ମାନସିକ ଚିକିତ୍ସା ପାଇଁ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣଙ୍କର ପରିଚୟ ଜଣା ପଡ଼ିନାହିଁ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More