ମୋବାଇଲ୍ ପାଇଁ ଜୀବନ ହାରିଲା ନାବାଳିକା

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବର୍ତ୍ତମାନ ସମୟରେ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଜିନିଷ ମୋବାଇଲ ହୋଇ ଥିବା ବେଳେ ଦିନକୁ ଦିନ ସମାଜରେ ଏହାର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଏହି ମୋବାଇଲ ପାଇଁ ବର୍ତ୍ତମାନ କିଛି ସାକାରାତ୍ମକ କାର୍ଯ୍ୟ ହେଉଥିବା ବେଳେ ବହୁ ନକରାତ୍ମକ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଭୁଆସୁଣୀ ପଞ୍ଚାୟତ ଅଧୀନ ରାମହରିପୁର ଗ୍ରାମରୁ। ଘଟଣାରୁ ଯାହା ଜଣାପଡିଛି ଏହି ଗ୍ରାମର ବୈଦ୍ୟନାଥ ସିଂ ୧୭ବର୍ଷର ନାବାଳିକା ଝିଅ ରଇବାରି ସିଂ କିଛି ମାସ ପୁର୍ବରୁ ପରିବାର ଲୋକଙ୍କୁ କହି ଏକ ମୋବାଇଲ ନେଇଥିଲେ। ଏହି ମୋବାଇଲକୁ ସବୁ ସମୟରେ ବ୍ୟବହାର କରୁଥିଲେ। ଝିଅର ଅତ୍ୟଧିକ ମୋବାଇଲ ବ୍ୟବହାରକୁ ଦେଖି ଶୁକ୍ରବାର ପରିବାର ଲୋକେ ଝିଅ ଠାରୁ ମୋବାଇଲ ଛୋଡାଇ ନେଇଥିଲେ। ଫଳରେ ରଇବାରି ମୋବାଇଲ ନ ପାଇ ପରିବାର ଲୋକେ ଘରେ ନଥିବା ସମୟରେ ବିଷ ପିଇ ଦେଇଥିବା କହିଛନ୍ତି ପରିବାର। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ରଇବାରି କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ଦୁଃଖର ବିଷୟ ଡାକ୍ତର ରଇବାରିକୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More