ମୋବାଇଲରେ ମହିଳାଙ୍କୁ ପ୍ରେମ ନିବେଦନ ପଡିଲା ମହଙ୍ଗା

38

Get real time updates directly on you device, subscribe now.

ଭଦ୍ରକ( ସଂଘର୍ଷ ମିଡିଆ ) : ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଲା । ବିଚ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼ଉଛନ୍ତି ମହିଳା ଓ ତାଙ୍କ ର ସମ୍ପର୍କୀୟ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ଠାରେ । ସୂଚନା ଅନୁଯାୟୀ, ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକର ଜଣେ ଯୁବକ, ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ । ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାରର ମେସେଜ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ଯୁବକ ଜଣକ । ମହିଳା ଜଣକ ଏଥିରେ ଅତିଷ୍ଠ ହୋଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଗତକାଲି ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକକୁ ଡକାଇ ଥିଲେ ମହିଳା । ଯୁବକ ଜଣକ ବନ୍ତ ଛକ ନିକଟରେ ଏକ କାରନେଇ ପହଞ୍ଚିବା ପରେ ମହିଳା ଓ ପରିବାର ସମ୍ପର୍କୀୟ ମାନେ ଯୁବକ ଜଣଙ୍କୁ କାର ଭିତରୁ ଘୋଷାରି ଘୋଷାରି ମନ ଇଚ୍ଛା ବିଧା ଗୋଇଠା ମାରିଥିଲେ । ଏଭଳି ମାଡ଼ ଦେଖି ଲୋକମାନେ ନିରବ ହୋଇଯାଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି, ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ବାଡ଼ଉଥିବା ଦୁଇ ମହିଳାଙ୍କ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବକକୁ ଥାନାକୁ ନେଇ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More