କେନ୍ଦ୍ରାପଡା(ସଂଘର୍ଷ ମିଡିଆ0 : – ଭାରତବର୍ଷରେ ବିଜେପି 1980 ମସିହାରୁ ପ୍ରତିଷ୍ଠା ଲାଭ କରିଥିବା ବେଳେ। ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବହୁତ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ଯଥା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କଂକ୍ରିଟ ରାସ୍ତା ଭଳି ବହୁତ ଯୋଜନା ପ୍ରଣୟନ କରି ସଫଳତାର ପ୍ରଶଂସା ସାଉଁଟି ଥିବା ବେଳେ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ରହି ଜନ ମଙ୍ଗଳକାରି କାର୍ଯ୍ୟ ଓ ଦେଶକୁ ଆଗକୁ ନେବାରେ ଦକ୍ଷତା ସୃଷ୍ଟି କରିପାରିଛନ୍ତି। ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ସେହିଭଳି ଆଜି ପଟ୍ଟାମୁଣ୍ଡାଇ ନଗର ବିଜେପି ପକ୍ଷରୁ ମଙ୍ଗଳା ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ପଟ୍ଟାମୁଣ୍ଡାଇ ନଗର ବିଜେପି ଉପସଭାପତି ପିତାମ୍ବର କରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଳା ବିଜେପି ସମ୍ପାଦକ, ସୁନାକର ପ୍ରଧାନ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଶଶିକାନ୍ତ ସ୍ୱାଇଁ, ରବୀନ୍ଦ୍ର ବିଶ୍ୱାଳ, ସମୀର ପାତ୍ର ଯୋଗଦେଇଥିବା ବେଳେ ପଟ୍ଟାମୁଣ୍ଡାଇ ର ବହୁ ବିଜେପି ମହିଳା ଓ ପୁରୁଷମାନେ ଉପସ୍ଥିତ ରହି ଲୋକପ୍ରୀୟ ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନକୁ ସମ୍ମାନ ଦେଇ 76ତମ ସ୍ଵାଧୀନତା ଦିବସ ଅବସରରେ ଆସନ୍ତା ଅଗଷ୍ଟ 15 ଦିନ ସମସ୍ତ ଭାରତୀୟ ଙ୍କ ଘରେ ତୀରଙ୍ଗା ଉଡ଼ାଇବା ପାଇଁ ସଂକଳ୍ପ ନେଇଛନ୍ତି।