ମୋତେ ଅଶିଳ ଇଙ୍ଗିତ କରୁଛି ମୁଁ କହିବାରୁ ମୋତେ ବାଡଉଛି, ଏଭଳି ସଙ୍ଗିନ ଅଭିଯୋଗ ଆଣିଲେ ମହିଳା

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ସରକାରଙ୍କ ପକ୍ଷରୁ ବାହାରେ ମଳତ୍ୟାଗ ନକରିବା ପାଇଁ ସ୍ବଛ ଭାରତ ମିଶନ ଯୋଜନାରେ ବାରହଜାର ଟଙ୍କାର ଲ୍ୟାଟିନ ଯୋଗାଇ ଦେଇଛନ୍ତି । କିନ୍ତ ପ୍ରାୟତ ଗ୍ରାମାଞ୍ଚଳର ଲୋକମାନେ ବାରହଜାର ଟଙ୍କାର ଲ୍ୟାଟିନ କରିଛନ୍ତି ସତ କେହି କେହି ସେହି ଲ୍ୟାଟିନକୁ ବ୍ୟବହାର ନକରି ଜାଳ କୁଟା ରଖି ରାସ୍ତା କଡ଼ରେ ଲ୍ୟାଟିନ୍ କରୁଛନ୍ତି। ଯାହାଫଳରେ ସେହି ରାସ୍ତାଦେଇ ଯାଉଥିବା ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେବା ସହିତ ପରିବେଶ ଦୃଗନ୍ଧ ହେଉଛି।
ଏମିତି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ କଅଁରପୁର ଗ୍ରାମରେ। କଅଁରପୁର ଗ୍ରାମର ଜଣେ ମହିଳା ଙ୍କ ଘର ସାମ୍ନାରେ ସେହି ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ବାରମ୍ବାର ଝାଡାପରିସ୍ରା କରୁଥିଲେ ମହିଳା ଜଣଙ୍କ ବାରମ୍ବାର ବାରଣ କରୁଥିଲେ କିନ୍ତୁ ସେ ବୃଦ୍ଧ ବ୍ୟକ୍ତି ଜଣଙ୍କ ମହିଳାଙ୍କ କଥାକୁ ଖାତିରି ନକରି ମହିଳାଙ୍କ ଘର ସାମ୍ନାରେ ଝାଡା ପରିସ୍ରା କରିବା ସହିତ ଅଶିଳ ଇଙ୍ଗିତ ମଧ୍ୟ କରୁଥିଲେ। ମହିଳା ଜଣଙ୍କ ସହିନପାରି ସେହି ବୃଦ୍ଧ ଙ୍କୁ ଏଠାରେ ଝାଡ଼ା ପରିସ୍ରା ନକରିବା ପାଇଁ ପାଟି କରିଥିଲେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ବୃଦ୍ଧ ଜଣଙ୍କ ଏକ ଠେଙ୍ଗା ଆଣି ମହିଳା ଙ୍କୁ ର୍ନିଦ୍ଧୁମ ପିଟିଥିଲେ। ମହିଳା ଜଣଙ୍କ ଚିତ୍କାର କରୁଥିଲେ ଏନେଇ ମହିଳା ଜଣଙ୍କ ଅଭିଯୋଗ କରି କହିଛନ୍ତି ଏ ବୁଢା ମୋତେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି ଓ ମୋତେ ଆଖି ମରୁଛି ମୁଁ କହିବାରୁ ମୋତେ ଏକ ଠେଙ୍ଗାରେ ବାଡେଇ ବାଡେଇ ଦରମରା କରିଛି। ଏଭଳି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି। (ଆଳିରୁ ଶକ୍ତି ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More