ମୋତିବନ୍ଧଗୁଡା ଗ୍ରାମକୁ କେବେ ପକ୍କା ରାସ୍ତା ଟିଏ ହେବ ?

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : —-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ପାଲିଆ ପଂଚାୟତ ଅନ୍ତର୍ଗତ ମୋତିବନ୍ଧଗୁଡା ଗ୍ରାମ l ଗ୍ରାମରେ ବାସ କରନ୍ତି ପ୍ରାୟ ୫୦ରୁ ୫୫ ଘର l ବର୍ଷାଦିନ ହେଲେ ଏହି ଗ୍ରାମରେ ଦେଖାଦିଏ ଅନେକ ସମସ୍ୟା l ସମସ୍ୟା ଭିତରେ ମୁଖ୍ୟ ସମସ୍ୟା ହେଉଛି ରାସ୍ତା ସମସ୍ୟା l ରାସ୍ତା ଟିଏ ପାଇଁ ବାରମ୍ବାର ସରପଞ୍ଚ, ୱାର୍ଡମେମ୍ବର, ପି ଇ ଓ ଙ୍କୁ ଗୁହାରୀ କରି ଥକି ଗଲେଣି, ହେଲେ ତାଙ୍କ ଗୁହାରୀ ଶୁଣୁଛି କିଏ ? ସମସ୍ତେ କେବଳ ହଁ କରିଦେବି କହି ଚୁପ ରହି ଯାଉଛନ୍ତି l ଗାଁକୁ ଯିବା ପାଇଁ ଭଲ ରାସ୍ତା ଟେ ନଥିବାରୁ ବର୍ଷା ଦିନ ହେଲେ ପ୍ରାୟ ଗୋଟିଏ କିଲୋମିଟର ରୋଗୀଙ୍କୁ ବୋହିକି ନେବାକୁ ପଡେ l ଗାଁ ଭିତର କୁ କୌଣସି ଚାରି ଚକିଆ ଗାଡି ଯାଇ ପାରେନି l ଏପରି କି ତିନି ଚକିଆ ଅଟୋ ଟେ ମଧ୍ୟ ଯାଇପାରେ ନାହିଁ l ରାସ୍ତା ର ମଝିରେ ମଝିରେ କାଦୁଅ ସାଙ୍ଗକୁ ବଡ ବଡ ଗାଡ଼ିଆ ସୃଷ୍ଟି ହୋଇ ପାଣି ପୁରିକି ରହୁଛି l ତେଣୁ କୌଣସି ଡ୍ରାଇଭର ଗାଡି ନେବାକୁ ଇଚ୍ଛା କରନ୍ତି ନାହିଁ l ଫଳରେ ଗ୍ରାମବାସୀ ନାହିଁ ନଥିବାର କଷ୍ଟ ଭୋଗୁଥିବା ର ଆମ ପ୍ରତିନିଧି ଙ୍କୁ ଜଣେଇଛନ୍ତି l ପ୍ରଶାସନ ଉକ୍ତ ଗ୍ରାମବାସୀଙ୍କ ପ୍ରତି ସହାନୁଭୂତି ରଖି ତାଙ୍କ ସମସ୍ୟାର ସମାଧାନ କଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି lଝରୀଗାଁ ବ୍ଲକ ମାତ୍ର ୧୦କିମି ଦୁରତ୍ଵ ଥିବାବେଳେ ବ୍ଲକ୍ ପ୍ରଶାସନର ଦ୍ରୁଷ୍ଟି ପଡିନାହି କିପରି ତାହା ଜନସାଧାରଣଙ୍କୁ ଚକିତ କରିଦେଇଛି। ଏଣୁ ଲୋକେ କହୁଛନ୍ତି,ରାସ୍ତାର ଅବସ୍ଥା ଦେଖ କେମିତି,ପ୍ରଶାସନ ଏଠି କରୁଛି କଣ,ଅଧିକାରୀ ମାନେ ପଞ୍ଚାୟତ ପରିଦର୍ଶନ କରୁଛନ୍ତି କି ନାହିଁ ଏପରି ପ୍ରଶ୍ନବାଚୀ ସୃଷ୍ଟି କରିଛି ? ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More