ମୋଟୁରେ ପଶିଲା ପୋଲାଭରମ ପାଣି

8

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲାର ମୋଟୁ ରେ ପଶିଲା ପୋଲାଭରମ ର ପଛୁଆ ପାଣି । ଜିଲ୍ଲାରେ ଗତ 6 ଦିନ ଧରି ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟାଜଳ ବୃଦ୍ଧିପାଇଛି । ଏପଟେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ବନ୍ୟାଜଳ ନିଷ୍କାସନ ହୋଇପାରୁନଥିବାରୁ ଏବେ ମାଲକାନଗିରି ଜିଲ୍ଲାକୁ ମାଡିଆସୁଛି ବଡ ବିପଦ । ଗତ କାଲି ମଧ୍ୟାନ ବେଳକୁ ମୋଟୁ ର ମୁଗି ପଇଣ୍ଟ ରେ 2 ରୁ 3 ଫୁଟ ପାଣି ବଢିଥିବା ବେଳେ ଆଜି ମୋଟୁ କୁ ବନ୍ୟାଜଳ ପ୍ରବେଶ କରିଛି । ଏପଟେ ସିଲେରୁ ଓ ସବେରୀ ନଦୀର ତଟ ବର୍ତୀ ଗାଁ ଗୁଡିକ ରେ ମଧ୍ୟ ପାଣିପାସିଥିବାର ସୂଚନା ମିଳିଛି । ବନ୍ୟା ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଜାଗ ଥିବାବେଳେ ବର୍ଷା ର ପରିମାଣ ନ କମିଲେ ସମ୍ପୂର୍ଣ୍ଣ ମୋଟୁ ଏବଂ କାଲିମେଳା ଓ ପଡିଆ ବ୍ଲକ ର ଅଧିକାଂଶ ଗାଁ ଜଳମଗ୍ନ ହେବ । ସୂଚନା ଥାଉକି ଗତ କାଲି ଜିଲ୍ଲାରେ 50 mm ବର୍ଷା ହୋଇଥିବା ବେଳେ ଗତ ରାତି ଠାରୁ ବର୍ଷାର ପରିମାଣ ବୃଦ୍ଧିପାଇଛି ।ମାଲକାନଗିରି ରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More