ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ୧ ମୃତ, ୧ ଆହତ

10

Get real time updates directly on you device, subscribe now.

ନବରଙ୍ଗପୁର/ ଡାବୁଗାଁ(ସଂଘର୍ଷ ମିଡିଆ ) : ସୋମବାର ନବରଙ୍ଗପୁର ଜିଲା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ୧ ମୃତ ଓ ଜଣେ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଆଜି ଅପରାହ୍ନ ୫ ଘ. ସମୟରେ ଡାବୁଗାଁ – ଉମରକୋଟ ରାଜ୍ୟରାଜପଥ- ୩୯ ଉପରେ ଉମରକୋଟ ଆଡୁ ଡାବୁଗାଁ ଅଭିମୁଖେ ଆସୁଥିବା ମୋଟରସାଇକେଲ ନଂ ଏପି ୩୫ ଏଲ ୯୫୫୨ ଯୋଗେ ୨ ଜଣ ଯୁବକ ଆସୁଥିବା ବେଳେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ହମ୍ପ୍ସରେ ଗାଡି ବ୍ରେକ ମାରି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟରେ ଥିବା ଏକ କଲଭର୍ଟରେ ପିଟି ହୋଇଥିଲେ | ଫଳରେ ମୋଟର ସାଇକେଲରେ ଥିବା ୨ ଜଣ ଯୁବକ ଆହତ ହୋଇଥିଲେ | ଖବର ପାଇ ସଙ୍ଗେସଙ୍ଗେ ଡାବୁଗାଁ ଥାନା ଏଏସଆଇ ଶିଶିରକାନ୍ତ ଘୋଷ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଅଗ୍ନିସମ ଗାଡି ପହଞ୍ଚି ଆହତ ୨ ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ମୋଟର ସାଇକେଲ ଚାଳକ ଟିଙ୍କୁ ଖାନଙ୍କୁ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ଅନ୍ୟ ଜଣେ ଜେଭୁ ଖାନ ସାମାନ୍ୟ ଆହତ ହୋଇଛନ୍ତି | ଉକ୍ତ ୨ ଜଣ ହେଲେ ଡାବୁଗାଁ ଥାନା ଅଧୀନ ବିଜାପୁର ଡ଼ଙ୍ଗରିଗୁଡା ଗ୍ରାମର ବୋଲି ଜଣାପଡିଛି | ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲକୁ ପୋଲିସ ଜବତ କରିଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ,ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More