ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ, ୧ ମୃତ, ୧ ଗୁରୁତ୍ତର

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବେଲଲାରୀ ନଦୀ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ମୃତ ଓ ଜଣେ ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ:-ବୁଧବାର ଅପରାହ୍ନରେ ଡାବୁଗାଁ – ବୋରିଗାଁ ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ନଂ ସିଜି ୦୪ ଏମଜି ୩୦୭୬ ଯୋଗେ ୨ ଜଣ ଜୁନାପାଣି ରୁ ବୋରିଗାଁ ଅଭିମୁଖେ ଯାଉଥିବା ସମୟରେ ବେଲ୍ଲାରୀ ନଦୀ ପୂର୍ବରୁ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା | ଫଳରେ ମୋଟର ସାଇକେଲ ଆରୋହୀ ଉମରକୋଟ ଥାନା ଅଧୀନ କାଣ୍ଡା ଗ୍ରାମର ତୁଳା ଗୌଡ (୩୫) ଆହତ ହୋଇଥିବା ବେଳେ ପଛରେ ବସିଥିବା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମର ସରାଦୁ ଗୌଡ (୪୨) ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଶିଶିର କାନ୍ତ ଘୋଷ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ପହଞ୍ଚି ଆହାତକୁ ଉଦ୍ଧାର କରି ଆଣି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତୁଳା ଗୌଡଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More