ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତ୍ତର

12

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ଡାବୁଗାଁ- ମଇଦଲପୁର ପୂର୍ତ୍ତ ବିଭାଗ ରାସ୍ତା ଉପରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ମଙ୍ଗଳବାର ରାତ୍ର ପ୍ରାୟ ୭ ଘ.ଟା ରୁ ୮ଘ. ଟା ଡାବୁଗାଁ- ମଇଦଲପୁର ପୂର୍ତ୍ତ ବିଭାଗ ରାସ୍ତା ରେ ମଇଦଲପୁର ଠାରୁ ଆହତ ମାନଙ୍କ ନିଜ ଘର କାଙ୍ଗୁମାଝିଗୁଡା ଗ୍ରାମକୁ ମୋଟରସାଇକେଲ ନଂ ଓଡି ୨୪ ଏଚ ୫୪୫୩ ଯୋଗେ ଫେରୁଥିବା ବେଳେ ଦହଣାମାଳ ଗ୍ରାମ ନିକଟ ରେ ଥିବା ଏକ ପୋଲ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲେ | ଫଳରେ ମୋଟର ସାଇକେଲ ରେ ଥିବା ୨ ଜଣ ଯୁବକ ତଳେ ପଡି ଆହତ ହୋଇଛନ୍ତି | ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ଆହତ ମାନେ ହେଲେ ପାପଡାହାଣ୍ଡି ବ୍ଲକ ଅଧୀନ କାଙ୍ଗୁମାଝିଗୁଡା ଗ୍ରାମର ଭୁବନ ଭତ୍ରା (୨୪) ଓ ଭୁବନ ଗୌଡ (୩୦) | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ମଇଦଲପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି | ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More