ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ଜୁନ ମାସ ୧୭ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିବା ବେଳେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ପାଠ୍ୟ ପୁସ୍ତକ ଦେବାକୁ ବ୍ୟବସ୍ତା କରିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟର ବିଭିନ୍ନ ହାଇସ୍କୁଲଗୁଡିକରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସନ୍ତା ମେ ମାସ ଶେଷ ସପ୍ତାହ ସୁଦ୍ଧା ପାଠ୍ୟ ପୁସ୍ତକ ମିଳିବ ବୋଲି ଜଣାପଡିଛି। ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟଗୁଡିକରେ ଗତ ମାର୍ଚ୍ଚ ୨୪ରୁ ନବମ ଓ ୩୦ରୁ ଦଶମ ଶ୍ରେଣୀ ପାଇଁ ପାଠ୍ୟ ପୁସ୍ତକ ବିକ୍ରୟ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ କରୋନା ଲକ ଡାଉନ କାରଣରୁ ବୋର୍ଡର ଶାଖା କେନ୍ଦ୍ରଗୁଡିକୁ ପାଠ୍ୟ ପୁସ୍ତକ ପଠାଇବା ସମ୍ଭବ ହୋଇପାରିନଥିଲା।