ମେହମୁଦ ଅହମଦଙ୍କ ତରଫରୁ ରମଜାନ ଉପଲକ୍ଷେ ବନ୍ଧୁମିଳନ

9

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ରମଜାନର ଶେଷ ତାରିଖ ଉପଲକ୍ଷେ ସାଗରିକା ୱେଲ୍ଫେୟାର ଟ୍ରଷ୍ଟ, ବିଜେଡି ର କିଛି କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରିଥିଲେ ମେହମୁଦ୍ ଅହମଦ। ମେହମୁଦ ଅହମଦଙ୍କ ତରଫରୁ ହିନ୍ଦୁ ମୁସଲମାନ ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ ଏକ ବନ୍ଧୁ ମିଳନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ହିନ୍ଦୁ ଓ ମୁସଲମାନ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ଉଭୟ ରମଜାନ କୁ ଆନନ୍ଦର ସହ ଉପଭୋଗ କରିଥିଲେ। ସାଗରିକା ୱେଲ୍ଫେୟାର ଟ୍ରଷ୍ଟ କାର୍ଯ୍ୟକର୍ତ୍ତା,ବିଜେଡି ର କିଛି କର୍ମକର୍ତ୍ତା ଙ୍କ ସହ ମୁସଲମାନ ସମାଜର ବରିଷ୍ଟ ନାଗରିକ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ରମଜାନ ଉପଲକ୍ଷେ ସାଗରିକା ୱେଲ୍ଫେୟାର ଟ୍ରଷ୍ଟ ଓ ବିଜେଡି ର କିଛି କର୍ମକର୍ତ୍ତା ଭାଇ ଭଉଣୀ ମାନଙ୍କୁ ମେହମୁଦ୍ ଅହମଦ୍ଦ ଙ୍କ ଘରେ ମିଷ୍ଟାନ୍ନ ଓ ଫଳ ଖାଇବାକୁ ଦିଆଯାଇଥିଲା।ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଜୟନ୍ତୀ ଦାସ୍,ବ୍ରିନ୍ଦା ପ୍ରସାଦ, ଆଡଭୋକେଟ ରେଖାଶ୍ରୀ,ଅରୁଣ ଜୟପୁରିଆ,ଜାହାଙ୍ଗୀର ହାଆକ୍, ମହମ୍ମଦ ଖଲିଦ୍ ଅଜିଜ୍, ଡକ୍ଟର ଅରୁଣ କୁମାର ନାୟକ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More