ମେସିନ କରୁଛି ଏନଆରଜିଏସ କାମ ଯବ କାର୍ଡ ଧାରି କାମ ନପାଇ ହତାଶ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – NRGS କାମକୁ ମେସିନ ରେ କରି ଚାଲିଛି କୁଜିନେତା ପୋଷଣ I ଟିକେ ଭଲ ଭାବରେ ନଜର ପକାନ୍ତୁ I କିପରି JCB ଲୋଡ଼ ଦେଉଛି ଆଉ ଟ୍ରିପ ପରେ ଟ୍ରିପ ମାଟି ବୋହି ନେଇଯାଉଛି ଟ୍ରାକ୍ଟର I ଏପରି ଚାଲିଛି NRGS କାମ I କାମ କରିବାକୁ କହିଛନ୍ତି ସ୍ଥାନୀୟ ସରପଞ୍ଚ I ନା ଅଛି ଫଳକ ନା ଅଛନ୍ତି କୌଣସି ପଞ୍ଚାୟତ ଅଧିକାରୀ I ଦିନ ରାତି ମେସିନ ଲଗାଇ ହେଉଛି NRGS କାମ I ଏହି କାମ କରାଇବା ପଛରେ ଅଛନ୍ତି କୁଆଡେ କିଛି ଦଳୀୟ ପଦାଧିକାରୀ ବାବୁ I ଆଗକୁ ସେମାନଙ୍କ ମୁଖ ମଣ୍ଡଳ ଦେଖାଇବା ସହ ବାର୍ତାଳାପ ମଧ୍ୟ ଶୁଣାଇବୁ I ବାବୁ ମାନେ ଏମିତି ଦଳୀୟ ଯେ କୁଜି ନେତା ଙ୍କ ସୁରକ୍ଷା ପାଇଁ ସରକାରୀ ଯୋଜନା କୁ ଲୋକ ମାନଙ୍କ ହିତରେ କାର୍ଯ୍ୟକାରୀ ନ କରି ମେସିନ ରେ କରାଉଛି କାର୍ଯ୍ୟ I ଜବ କାର୍ଡ ଧାରୀଙ୍କ ପେଟରେ ଲାତ ମାରି I ନୂଆ ନୂଆ ନେତା ସାଜି ମେସିନ ରେ NRGS କାମ ହେଉଥିବା ଜାଗାରେ କରୁଛନ୍ତି ଖଟି I ଆମେ କହୁଚୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ର ମହମୁଦା ପୋଲ ଠାରୁ ଗୁଆଳମୁହଁ କନେକ୍ଟିଭ ରୋଡ଼ ରାସ୍ତା କଥା I ଯାହା NRGS କାମ ରେ ଅନ୍ତର୍ଭୁକ୍ତ ହୋଇ ମେସିନ ସାହାଯ୍ୟରେ ହେଉଛି I ତେବେ ପଦ୍ମପୁର ପଞ୍ଚାୟତ ର ସରପଞ୍ଚ ଅନୁସୟା ବେହେରା ଙ୍କ ନିର୍ଦେଶ ରେ NRGS କାମ ମେସିନ ସାହାଯ୍ୟରେ ହେଉଥିବା ବେଳେ କିଛି ସ୍ଥାନୀୟ କୁଜିନେତା ଏହି ଘଟଣା କୁ ଘୋଡାଇବା ପାଇଁ ଏହି କାମ NRGS ନୁହେଁ ଆମେ ଆମ ପକେଟ ରୁ କରୁଛୁ ବୋଲି ଦାବି କରୁଛନ୍ତି I ଟିକେ ଦେଖି ନିଅନ୍ତୁ କିପରି ଭାବରେ ଘଟଣା କୁ ଚପାଇ ଦେବାପାଇଁ କରୁଛନ୍ତି ପ୍ରୟାସ I ଯଦି ଏହି କାମ ନିଜ ପକେଟ ରୁ କରୁଛନ୍ତି ତେବେ ଏତେ ଡର କାହିଁକି l କଣ ପାଇଁ ହେଉଛନ୍ତି ସାମ୍ବାଦିକ ମାନଙ୍କୁ ଦେଖି ଛାନିଆ l ତେବେ ଏହି କାମ NRGS ଆଉ ଏହାକୁ ମେସିନ ସହାଯ୍ୟ ରେ କରାଯାଉଛି ଆମକୁ ସରପଞ୍ଚ ମହାଶୟା କହିଛନ୍ତି I ସମସ୍ତ ମାଟି ଟ୍ରାକ୍ଟର ରେ ବୋହିବା ପାଇଁ ଏହି କାମ ଆଉ ଦୁଇଦିନ ଲାଗିବ I 300 ରୁ ଉର୍ଦ୍ଧ ଟ୍ରିପ ବୁହା ସରିଲାଣି I ଟିକେ ଭଲ ଭାବରେ ଶୁଣନ୍ତୁ କଣ କହୁଛନ୍ତି ସ୍ଥାନୀୟ ଲୋକେ I ତେବେ ଏହି ସବୁ ବିଷୟରେ ପଦ୍ମପୁର ସରପଞ୍ଚ ଅନୁସୟା ବେହେରା ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପତିକ୍ରିୟା ମିଳିପାରି ନାହିଁ l ଦେଖିବାକୁ ବାକି ରହିଲା ଏହି ଘଟଣା ଉପରେ ସ୍ଥାନୀୟ ଗରଦପୁର BDO, ତହସିଲଦାର, ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି I କେନ୍ଦ୍ରାପଡ଼ାରୁ ବଳରାମ ବେହେରା ଙ୍କ ରିପୋଟ ସଂଘର୍ଷ ନିୟୁଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More