ମେଳଣରେ ନାଗ ସାପ ଶହ ଖେଳ,କାର୍ଯ୍ୟନୁଷ୍ଠାନ ପାଇଁ ତଦନ୍ତ ନିର୍ଦ୍ଧେଶ ଦେଲେ ପୁରୀ ଏସପି

45

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ଏକ ମେଳଣ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଘୋରୀ ବେଶ ଧାରି ଜଣେ କଳାକାର ବନ୍ୟଜନ୍ତୁ ଆଇନ ଉଲଘଂନ କରି ଜୀବନ୍ତ ସାପ ନୃତ୍ୟରେ ପରିବେଷଣ କରିବା ଘଟଣା ସୋସିଆଲ ମିଡ଼ିଆରେ ଭାଏରାଲ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଘଟଣା ଜଣା ପଡ଼ିବା ପରେ ପୁରୀ ଏସପି ପିନାକ ମିଶ୍ର ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ପୁରୀର ରାମଚଣ୍ଡୀ ଥାନା ଅଧିକାରୀଙ୍କୁ ଏହି ତଦନ୍ତ ଦାୟିତ୍ୱ ଦେଇଛନ୍ତି ଏସପି। କିଭଳି, କେଉଁ ପରିସ୍ଥିତିରେ ଏହି କାର୍ଯ୍ୟକ୍ରମ ହେଉଥିଲା, କିଏ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସେ ନେଇ ଏକ ବିସ୍ତୃତ ତଦନ୍ତ ରିପୋର୍ଟ ଦେବା ପରେ ଯାହା ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି। ତେବେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କୌଣସି ଜୀବନ୍ତ ବନ୍ୟଜନ୍ତୁଙ୍କୁ ଏଭଳି ସର୍ବସାଧାରଣରେ ବ୍ୟବହାର କରାଯିବା ବେଆଇନ। ଏଣୁ ପୁରୀ ଡି ଏଫ୍ ଓ ଙ୍କ ସହ ଆଲୋଚନା କରାଯାଇ ଆଇନ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।ମେଳଣରେ ନାଗ ସାପ ଶହ ଖେଳ। ପୁରୀ ଛଇତନା ମେଳଣରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ମେଳଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଆସିଥିବା ଜଣେ ଅଘୋରୀ କଳାକାର ସାପ ଶହ ଖେଳ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଡିଜେର ଉଚ୍ଚ ଧ୍ବନିରେ ଶିବ ଭଜନ ବାଜୁଥିବା ବେଳେ ଅଘୋରି ଜଣକ ଶିବଙ୍କ ବେଶ ଧାରଣ କରି ହାତରେ ଜିଅନ୍ତା ନାଗ ସାପ ଧରି ନୃତ୍ୟ କରିଥଲେ। କେତେବେଳେ ଏହି ନାଗକୁ ବେକରେ ଗୁଡାଇ ଦେଉଛନ୍ତି ତ କେତେବେଳେ ପାଟିରେ ପୁରାଇ କାମୁଡୁଛନ୍ତି। ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଏହା ବେଆଇନ ହୋଇ ଥିବା ବେଳେ ପଶୁପ୍ରେମୀ ମହଲରେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଇଛି। ଏଭଳି ବେନିୟମ କାର୍ଯ୍ୟ କରିଥିବା ଉକ୍ତ କଳାକାର ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ହୋଇଛି। ତେବେ ବନ ବିଭାଗ ଏହି ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ବୁଦ୍ଧିଜୀବୀ। ତେବେ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପାଇଁ ଗତ କିଛି ଦିନ ତଳେ ପି ସି ସି ଏଫ୍ କଟକଣା ଜାରି କରିଥିଲେ। କୌଣସି ବ୍ୟକ୍ତି ବନ୍ୟଜନ୍ତୁଙ୍କ ସହ ଫୋଟୋ ନେଇ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ପାଇଁ ଅପଲୋଡ଼ କଲେ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀ କଡ଼ା କାର୍ଯ୍ୟନୁଷ୍ଠାନ ନେଇ ଚେତାବନୀ ଦେଇଥିଲେ ପି ସି ସି ଏଫ୍। ଏ ନେଇ କେତେକ ୟୁ ଟ୍ୟୁବର୍ ଙ୍କ ବିରୋଧ ରେ ମଧ୍ୟ ପି ସି ସି ଏଫ୍ କାର୍ଯ୍ୟନୁଷ୍ଠାନ ନେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More