ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ଅନୁଷ୍ଠାନ ‘ସମର୍ପଣ’

9

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲା କ୍ଲବ ଠାରେ ସାମାଜିକ ଅନୁଷ୍ଠାନ ସମର୍ପଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି । ସମର୍ପଣର ସଭାପତି ଝୁନୁ ନାୟକଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଇନ୍ଦରଜିତ ସିଂଙ୍କ ଆବାହକତ୍ବ ତଥା ବିଶ୍ବଜିତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଗଗନ ବିହାରୀ ପଣ୍ଡା, ଡା ଶ୍ୟାମସ୍ତୁତି ପଟ୍ଟନାୟକ, ଆରଏସପି ଅଧିକାରୀ ସ୍ବପ୍ନେନ୍ଦୁ ଦାସ,ଡାକ୍ତର ଅମରେଶ ପଟ୍ଟନାୟକ, ପିଙ୍କୁ ଜୟସ୍ବାଲ, ରଜତ କୁମାର ନାୟକ ତଥା ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୌଦାମିନୀ ସିଂ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅତିଥିଗଣ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ଆଚରଣ ଓ ଉଚ୍ଚାରଣରେ ସମନ୍ବୟ, ଚରିତ୍ର ଗଠନ, କଠୋର ଅଧ୍ୟବସାୟ,ପ୍ରସ୍ତୁତି, ଲକ୍ଷ୍ୟ ଓ ନିମ୍ମଜ୍ଜିତ ହେବା ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରାୟ ୨୫ଟି ବିଦ୍ୟାଳୟରୁ ୫୦ଜଣ ଛାତ୍ରଛାତ୍ରୀଙ୍କ ସହ ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍,କୃଷ୍ଣଚନ୍ଦ୍ର ସାହୁ, ପୂଜା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଏମଡି ସାଜାଦ ଅଜିଜ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଏମଡି ଖଲିଦ, ପିଙ୍କି ପ୍ରିୟଦର୍ଶନୀ,ରୀନା ସାମଲ,ପ୍ରଞ୍ଜଳୀ ନାଗ, ସସ୍ମିତା ଜେନା,ରିମା ସାମଲ, ସତ୍ୟବାନ୍ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More