ମେଦେନା ପଂଚାୟତ ସଦର ମହକୁମରେ ନବ ଦିନାତ୍ମକ କଳସ ଯାତ୍ରା ସମାପନ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଜିଲ୍ଲା ଡାବୁଗାଁ ବ୍ଲକ ମେଦେନା ଗ୍ରାମ ପଂଚାୟତ ସଦର ମହକୁମାରେ ଥିବା କଳସ ମଣ୍ଡପରୁ ମେଦେନା ଗ୍ରାମରେ ଥିବା ୪ ଟି ଦେବା ଦେବୀଙ୍କ ପ୍ରତୀକ କଳସ କୁମାରୀ ଝିଅ ମାନଙ୍କ ଦ୍ୱାରା କଳସ ଧରି ଏକମ୍ବା ଯିବା ରାସ୍ତାରେ ମା ଠାକୁରାଣୀ ମନ୍ଦିରକୁ ମହା ଆଡମ୍ବରରେ ଯାଇ ସେଠାରୁ କଳସରେ ଜଳ ପୁର୍ଣ କରାଇ ପୁଜର୍ଚନା କରା ଯାଇ କଳସ ମଣ୍ଡପ ରେ ସ୍ତପନା କରାଯାଇ ଥିଲା।ଏଠାରେ ଘାସିରାମ ପୂଜାରୀ ଓ କମୁଲୁ ପୂଜାରୀଙ୍କ ଦ୍ୱାରା ପୂଜାର୍ଚନା କରାଯାଇ ଭକ୍ତଙ୍କ ପୁଜାର୍ଚନା ସହ ଶ୍ରଦ୍ଧାଳୁ ଭକ୍ତମନଙ୍କୁ ଦର୍ଶନ ଦେଉ ଥିଲେ।ପ୍ରତ୍ୟେକ ଦିନ ପ୍ରତି ସାହି ରେ ଘରେ ଘରେ ଭୋଗ ନୈବେଦ୍ୟ କଳସ ଯାତ୍ରା ପରିକ୍ରମା କରି ମାଁ ଭୋଗ ନୈବେଦ୍ୟ ଗ୍ରହଣ କରିବା ସହ ଭକ୍ତ ମାନଙ୍କୁ ଦର୍ଶନ ଦେଉ ଥିଲେ।ମାଙ୍କ କଳସ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ପୁଣି ଥରେ ଭକ୍ତ ମାନଙ୍କ ଘରକୁ ଯାଇ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ କରି ମେଲାଣି ନେଇ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର କର୍ମକର୍ତ୍ତା ଓ ଗ୍ରାମ ର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଆଗ୍ରହ, ଭକ୍ତି ରେ ବେଶ ସୁନ୍ଦର ଭାବେ ୯ଦିନ ଧରି ଚାଲି ଥିବା କଳସ ଯାତ୍ରା ସରସ ସୁନ୍ଦର ହୋଇ ଥିଲା। କମିଟି ସଭାପତି ଉତ୍ତମ ପ୍ରଧାନ,ଉପ ସଭାପତି ନିଳାମ୍ବର ପୂଜାରୀ,କୋସାଧକ୍ଷ ମଧୁ କଲାର,ସଭ୍ୟ ମାନେ ହେଲେ-ବିସ୍ଵନାଥ ପୂଜାରୀ,ସୁଲେସନ ମାଝୀ,ସୁବାସ ହରିଜନ,ହରି ହରିଜନ,ଦାସ ଭତ୍ରା,ହରିବନ୍ଧୁ ମାଝୀ,ସୋମନାଥ ଗୌଡ଼,ଅଭିମନ୍ନ୍ୟ ମେହେର,ବରିଷ୍ଠ ନେତା ବଇଁଶୀ ଧର ମାଝୀ ଓ ହିରଣ୍ୟ୍ ମାଝୀ,ଶଶୀ ମାଝୀ,ତୁଳାରାମ ଗୌଡ଼,ରିଙ୍କୁ ମିଶ୍ର,ଗଙ୍ଗା ଗୌଡ଼,ନିଳାମ୍ବର ହରିଜନ,କାମଳ ଲୋଚନ ମାଝୀ,ପୁସ୍ତମ୍ ମାଝୀ ଓ ଜଗନ୍ନାଥ ମେହେର ପ୍ରମୁଖ ଅନ୍ୟମାନେ ସହଯୋଗ କରି ଥିଲେ।ରାତ୍ରି ମନୋରଞ୍ଜନ ନିମନ୍ତେ ପ୍ରେମରେ ପଶିଲା କଣ୍ଟା ଓ ରାଜା ଝିଅ ତୁମେ କଣ କଲ ଦେଶିଆ ନାଟ୍ୟ ପ୍ରଦର୍ଶନ କରାଯାଇ ଶାନ୍ତି ସ୍ରୁଙ୍ଖଳାରେ ତ ୧୮/୪ ରେ ସମାପନ କରାଯାଇ ଥିଲା।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More