ମେଦନା ଗ୍ରାମରେ ନୂତନ ଲ୍ୟାମ୍ପ ସ୍ଥାପନ ପାଇଁ କମିଟି ଗଠନ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମ ପଂଚାୟତ ଠାରେ ଚାଷୀ ମାନଙ୍କ ନିମନ୍ତେ ନୂତନ ଲ୍ୟାମ୍ପ ସ୍ଥାପନକୁ ନେଇ ଚାଷୀମାନଙ୍କ ମହଲରେ ଉତ୍ସାହର ବାତାବରଣ ଦେଖିବାକୁ ମିଳିଛି | ଗୁରୁବାର ମେଦନା ଗ୍ରାମ ଠାରେ ଏକ ଜରୁରୀ ବୈଠକ କରି ଲ୍ୟାମ୍ପ୍ସ କମିଟି ଗଠନ କରାଯାଇଛି | ଉକ୍ତ କମିଟିରେ ମୋଟ ୧୫ ଜଣଙ୍କୁ ସଭ୍ୟ ଭାବରେ ଚୟନ କରାଯାଇଛି | ଲ୍ୟାମ୍ପ କମିଟିର ସଭ୍ୟ ଭାବେ ମନୋନୀତ ବ୍ୟକ୍ତିମାନେ ହେଲେ ଭାଗିରଥି ନାୟକ, ଦାମୁ ଭତରା, ସରୋଜିନୀ ମାଝୀ, ପଦ୍ମିନୀ ଭତରା, ଯୁଧେଷ୍ଟି ମାଝୀ, ଶଶୀଧର ମାଝୀ, ଶଙ୍କର ଭତରା, ଜେମା ଭତରା, କୃଷ୍ଣ ଚନ୍ଦ୍ର ମାଝୀ, ସୁଶାନ୍ତ ମାଝୀ, ମହେନ୍ଦ୍ର ମେହେର, ଶିବ ପ୍ରସାଦ ମିଶ୍ର, ଲଖି ଦାସ, ଭଗବାନ ଗୌଡ଼ ଏବଂ ଗଙ୍ଗାଧର କଲାର | ମେଦନା ଗ୍ରାମ ପଞ୍ଚାୟତ ପରିସରରେ ଲ୍ୟାମ୍ପ ହେଲେ ଉଭୟ ଅଞ୍ଚଳା ପଞ୍ଚାୟତ ଓ ମେଦନା ପଞ୍ଚାୟତ ର ପାଖାପାଖି ୮୦୦ ରୁ ଊର୍ଦ୍ଧ୍ଵ ଚାଷୀ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି | ଆଖ ପାଖରେ ଲ୍ୟାମ୍ପ ର ବ୍ୟବସ୍ଥା ନ ଥିବା ଯୋଗୁଁ ଉଭୟ ପଞ୍ଚାୟତ ର ଚାଷୀମାନେ ଗାଁ ଠାରୁ ୧୫ କିଲୋମିଟର ଦୁର ଡାବୁଗାଁ ଲ୍ୟାମ୍ପ୍ସ ଉପରେ ନିର୍ଭର କରୁଥିଲେ | ଯାହା ତାଙ୍କୁ ଯିବାଆସିବା ୩୦ କିଲୋମିଟର ପଡିଯାଉଥିବା ବେଳେ ସାର, ବିହନ, କୀଟନାଶକ ଓ ଅନ୍ୟାନ୍ୟ ଚାଷ ଉପଯୋଗୀ ଦ୍ରବ୍ୟ ଆଣିବାରେ ଅସୁବିଧା ହେଉଥିଲା |ଏବେ ମେଦନା ଗ୍ରାମରେ ଲ୍ୟାମ୍ପ ହେଲା ପରେ ଚାଷୀମାନେ କମ ପରିଶ୍ରମରେ ଏବଂ ସୁଲଭ ମୂଲ୍ୟରେ ଚାଷ ଉପଯୋଗୀ ଦ୍ରବ୍ୟ ସବୁ ପାଇ ପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି |ଆଜିର ଅନୁଷ୍ଠିତ ବୈଠକ ରେ ମେଦନା ପଞ୍ଚାୟତ ର ସରପଞ୍ଚ ସୁମିତ୍ରା ମାଝି, ନାଏବ ସରପଞ୍ଚ ଡମ୍ବରୁ ଭତରା, ଅଞ୍ଚଳା ପଞ୍ଚାୟତ ସରପଞ୍ଚ ରମେଶ ମାଝି ଏବଂ ପୁର୍ବତନ ପଞ୍ଚାୟତ ସମିତି ଅଧକ୍ଷ ବଂଶିଧର ମାଝୀ, ପୁର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ଦୁଇଟି ପଞ୍ଚାୟତ ର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More