ଗଜପତି (ସଂଘର୍ଷ ମିଡିଆ) : – ମୋହନା ମେଡିକାଲ ପହଁଚିବା ପୂର୍ବରୁ ଅଧା ରାସ୍ତାରେ ଅଟୋରେ ପ୍ରସବ କଲେ ଗର୍ଭବତୀ ମହିଳା । ଏଭକି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ । କର୍ଚବାଡ଼ି ଗାଁର ନମିତା ପାଇକଙ୍କ ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ଆଶା କର୍ମୀ ଜଣକ ଆମ୍ବୁଲାନ୍ସକୁ ଡାକିଲେ ବିଳମ୍ବ ହେବ ବୋଲି ଏକ ଅଟୋ ଭଡା କରି ଗାଁରୁ ମୋହନା ମେଡିକାଲକୁ ଆଣୁଥିଲେ । କିନ୍ତୁ ମେଡିକାଲ ପହଂଚିବା ପୂର୍ବରୁ ମହିଳା ଜଣଙ୍କ ମୋହନା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି । ମାଆ ଓ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଆଶା କର୍ମୀ କହିଛନ୍ତି ।